ଚଳଚଞ୍ଚଳ ଏକାମ୍ର କ୍ଷେତ୍ର: ଗଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

କେନ୍ୟୁଜ୍(ବ୍ୟୁରୋ): ଗଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଆଜି ଭୋର ୫ଟାରେ ମଙ୍ଗଳ ଆଳତୀ, ଅବକାଶ ନୀତି ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯାଇଛି । ଆସନ୍ତା ୧୩ ତାରିଖରେ ବାହୁଡ଼ା। ଏଥିପାଇଁ ଆଜି ଓ ୧୩ ତାରିଖ ଦିନ ମାଉସୀ ମାଆ ଛକ ଠାରୁ ରଥ ରୋଡ୍‌ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଲାଗୁ କରିଛି ପୋଲିସ ପ୍ରଶାସନ।

ରୁକୁଣା ରଥ ପାଇଁ ଗତକାଲି ସପ୍ତମୀ ତିଥିରେ କେଦାର ଗୌରୀ ନିକଟ ମୁକ୍ତେଶ୍ୱର ମନ୍ଦିର ନିକଟ ମରୀଚି କୁଣ୍ଡରୁ ଜଳ ସଂଗ୍ରହ କରାଯାଇଥିଲା । ରଥ ପ୍ରତିଷ୍ଠା ପାଇଁ ପାଣି ଯିବା ପରେ ପରମ୍ପରା ଅନୁଯାୟୀ ମରୀଚିକୁଣ୍ଡ ପାଣି ନିଲାମ ହୋଇଛି। ପ୍ରଥମ କଳସ ପାଣି ୧ଲକ୍ଷ ୩୦ ହଜାର ଟଙ୍କାରେ ନିଲାମ ହୋଇଛି। ଦ୍ୱିତୀୟ କଳସ ପାଇଁ ୪୭ ହଜାର ଟଙ୍କାରେ ନିଲାମ ହୋଇଛି। ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.