ବ୍ରହ୍ମପୁର: ଚଳନ୍ତା କାର ଉପରକୁ ବୋମାମାଡ

bomaବ୍ରହ୍ମପୁର: ଲାଞ୍ଜିପଲି ଢିପସାହିରେ ଏହି ବୋମାମାଡ଼ ହୋଇଛି। ଚଳନ୍ତା କାର ଉପରକୁ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ବୋମାମାଡରେ ସୁଶାନ୍ତ ବିଷୋୟୀ ଗୁରୁତର ଆହତ ହୋଇଛନ୍ତି। ସୁଶାନ୍ତଙ୍କ ପୁତୁରା ରାଜେଶ ବିଶୋୟୀ ଏବଂ ଗାଡ଼ି ଡ୍ରାଇଭର ପ୍ରଭାତ ପାତ୍ର ମଧ୍ୟ ଆକ୍ରମଣରେ ଆହତ ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଗୋଷାଣୀ ନୂଆଗାଁ ଥାନାରେ ହାଜିରା ଦେବାକୁ ଗଲା ବେଳେ ଆଜି ସକାଳ ପ୍ରାୟ ୯ଟା ବେଳେ ସୁଶାନ୍ତଙ୍କୁ ଟାର୍ଗେଟ୍ କରି ତାଙ୍କ ଗାଡ଼ି ଉପରକୁ ବୋମା ମାଡ଼ ହୋଇଥିଲା।

କିଏ ଓ କାହିଁକି ବୋମା ପକାଇଲା ସେନେଇ ବୈଦ୍ୟନାଥପୁର ଥାନା ପୋଲିସ ତଦନ୍ତ କରୁଛି। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ୍ ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ତେବେ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ପୋଲିସ ସନ୍ଦେହ କରୁଛି। ଘଟଣା ସ୍ଥଳରୁ ପୋଲିସ୍ କିଛି ଅଫୁଟା ବୋମା ମଧ୍ୟ ଉଦ୍ଧାର କରିଛି।

Leave A Reply

Your email address will not be published.