Below header

ଯାଜପୁର: ବହୁଚର୍ଚ୍ଚିତ ସ୍ମିତାରାଣୀ ମୃତ୍ୟୁ ଘଟଣାର ଅଭିଯୁକ୍ତ ରୁପେଶ ଭଦ୍ରଙ୍କ ଜାମିନ ଆବେଦନ ନଭେମ୍ବର ୨୯କୁ ଘୁଞ୍ଚିଲା

ଯାଜପୁର ଟାଉନ(କେନ୍ୟୁଜ୍): ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣି ବିଶ୍ୱାଳ ମୃତ୍ୟୁ ଘଟଣାର ଅଭିଯୁକ୍ତ ରୁପେଶ ଭଦ୍ରଙ୍କ ଜାମିନ ଆବେଦନକୁ ଆସନ୍ତା ୨୯ ତାରିଖକୁ ଘୁଞ୍ଚାଇଛନ୍ତି ଯାଜପୁର ଜିଲ୍ଲା ଦୌରାଜଜ । ରୁପେଶଙ୍କ ବିରୋଧରେ ଧର୍ମଶାଳା ପୋଲିସ ପାଖାପାଖି ୨୦୦୦ ପୃଷ୍ଠାର ଦସ୍ତାବିଜ କୋର୍ଟଙ୍କ ନିକଟରେ ଦାଖଲ କରିଛି । ଗତ ଅକ୍ଟୋବର ୧୬ ତାରିଖ ଦିନ ଧର୍ମଶାଳା ବ୍ଳକ ହରିଦାସପୁର ପଂଚାୟତର ପିଇଓ ସ୍ମିତାରାଣି ବିଶ୍ୱାଳ ଙ୍କ ମୃତ ଦେହ ରୁପେଶଙ୍କ ଗେଷ୍ଟ ହାଉସରୁ ଉଦ୍ଧାର କରାଯାଇଥିଲା ।

jajpur policeଏହା ଏକ ଆତ୍ମହତ୍ୟା ଓ ଏଥିପାଇଁ ରୁପେଶ ଦାୟୀ ବୋଲି ଅଭିଯୋଗ କରି ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା । ରୁପେଶ ପ୍ରଥମେ ଚଣ୍ଡିଖୋଲ ଏସଡିଜେଏମ ଓ ପରେ ଯାଜପୁର ଜିଲା ଦୌରା ଜଜଙ୍କ ନିକଟରେ ନିଜର ବେଲ ଆବେଦନ କରିଛନ୍ତି । ଆଜି ଜିଲା ଦୌରାଜଜ ତାଙ୍କ ବେଲ ଆବେଦନ ତାରିଖକୁ ଘୁଂଚାଇ ଦେବା ପରେ ସମସ୍ତଙ୍କ ନଜର ଆସନ୍ତା ୨୯ ତାରିଖକୁ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.