ରୋଗୀଙ୍କ ନକଲ କରିବାକୁ ଯାଇ ନର୍ସ ବନାଇଲେ TikTok Video, ଏବେ ଲୋକେ କହୁଛନ୍ତି ଏପରି

ସୋସିଆଲ ମିଡିଆରେ ଜଣେ ନର୍ସଙ୍କ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଜଣେ ରୋଗୀଙ୍କ ନକଲ କରୁଥିବାର ଦେଖିବାକୁ ମିଳୁଛି। ଟୁଇଟରରେ ଡି ରୋଜ ନାମ୍ନୀ ଜଣେ ୟୁଜର ଏକ ଟିକ୍‌ଟକ ଭିଡିଓ ଶେୟାର କରିଛନ୍ତି। ଏଥିରେ ରୋଜ ରୋଗୀ ଏବଂ ନର୍ସ, ଦୁଇଟି ରୂପରେ ନଜର ଆସୁଛନ୍ତି। ଭିଡିଓରେ ରୋଗୀ ବେଶରେ ନଜର ଆସୁଥିବା ଡି ରୋଜଙ୍କୁ ଗୋଟିଏ ପଟେ ଶ୍ୱାସ ନେବାରେ ଅସୁବିଧା ହେଉଛି। ଅନ୍ୟପଟେ ନର୍ସ ରୂପରେ ସେ ରୋଗୀଙ୍କ ଆଓ୍ଵାଜ୍‌ରେ ଡ୍ୟାନ୍ସ କରୁଛନ୍ତି।

ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, ‘ଆମେ ଜାଣିଛୁ ଆପଣ କେବେ ଏମିତି ମିଛ ରୋଗର ବାହାନା ବନାଇଥାଆନ୍ତି’। ଡି ରୋଜ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ କାମ କରନ୍ତି। ତାଙ୍କ ଭିଡିଓ ଅପ୍‌ଲୋଡ ହେବା କ୍ଷଣି ଖୁବ୍‌ ଭାଇରାଲ ହୋଇଗଲା। ଭିଡିଓକୁ ଦେଖି ଲୋକଙ୍କୁ ତାଙ୍କୁ ଟ୍ରୋଲ କରୁଛନ୍ତି। କେବଳ ଏତିକି ନୁହେଁ, ରୋଗୀଙ୍କ ମଜା ଉଡ଼ାଇବା ଏବଂ ତାଙ୍କ ରୋଗର ନକଲ ବନାଇବା ନେଇ ଲୋକେ ତାଙ୍କ ନାଁରେ ଅଭିଯୋଗ ମଧ୍ୟ ଆଣିଛନ୍ତି।

ଏହାସହ ପଢ଼ନ୍ତୁ: ଫଟୋଗ୍ରାଫି ଇଣ୍ଡଷ୍ଟ୍ରୀକୁ ଦୋହଲାଇଦେଲା ଏହି ଦମ୍ପତିଙ୍କ ପୋଷ୍ଟ ୱେଡିଂ ଫଟୋଶୁଟ୍‌, ଭାଇରାଲ ହେଉଛି ଫଟୋ

ଜଣେ ୟୁଜର ଲେଖିଛନ୍ତି, ‘ଆମେ ତୁମର ମତଲବକୁ ଜାଣିପାରୁଛୁ। ଆପଣ ମନୋବିଜ୍ଞାନରେ ଏମ୍‌ଡି କରିନାହାନ୍ତି। ରୋଗୀ ଅସୁସ୍ଥ ହେବାର ବାହାନା କରୁଛନ୍ତି ବୋଲି କହିବାରେ ଆପଣଙ୍କର କୌଣସି ହକ୍‌ ନାହିଁ। ବାସ୍‌ ଆପଣ କେବଳ କାହାକୁ ଆଘାତ ନ ଦେଇ ଆପଣଙ୍କ ଚାକିରି କରନ୍ତୁ’।

ସେପଟେ ଆଉ ଜଣେ ୟୁଜର କହିଥିଲେ, ‘ଯେଉଁ ନର୍ସଙ୍କୁ ଲାଗୁଛି ରୋଗୀ ନିଜ ଅସୁସ୍ଥତାର ବାହାନା ବନାଉଛି, ତାଙ୍କୁ ନିଜ ପାଇଁ ଅନ୍ୟ ଚାକିରି ଖୋଜିନେବା ଉଚିତ’। ତେବେ ଏହି ପୋଷ୍ଟକୁ ଦେଖିବା ପରେ କିଛି ଲୋକ ନିଜେ ସାମ୍ନା କରିଥିବା ଅସୁବିଧାରୁ ବଖାଣିଥିଲେ। କିପରି ଡାକ୍ତରମାନେ ତାଙ୍କ ସମସ୍ୟାକୁ ହାଲୁକା ଭାବେ ନିଅନ୍ତି, ତାହା ସେମାନେ କହିଥିଲେ।

ଏହାସହ ପଢ଼ନ୍ତୁ: ମୁହଁ ଚାଟିଦେଲା କୁକୁର, ୪ ଦିନ ଭିତରେ ହୋଇଗଲା ମାଲିକର ମୃତ୍ୟୁ

ଏ ବିଷୟରେ କହିବାକୁ ଯାଇ ଜଣେ ୟୁଜର ଲେଖିଥିଲେ, ମୁଁ ଅନେକ ଡାକ୍ତର ଏବଂ ନର୍ସଙ୍କୁ ଏହିଭଳି ଦେଖିବାକୁ ପାଇଛି। ପେଟରେ ଯନ୍ତ୍ରଣା ହେଲେ ସେମାନେ ମୋତେ ଡ୍ରଗ୍ସ ଦରକାର ବୋଲି କୁହନ୍ତି। କିନ୍ତୁ ପରେ ଚିକିତ୍ସା କରାଇ ଜାଣିଲି ଯେ ମୋ ଓଭାରିରେ ସିଷ୍ଟ ଫାଟିଯାଇଛି’। କିଛି ଲୋକ ଏହି ନର୍ସଙ୍କୁ ଟ୍ରୋଲ କରାଯାଉଥିବାରୁ ପ୍ରତିବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.