Below header

ବ୍ରାଜିଲରେ ରହିଛି ଏପରି ଏକ ଗାଁ, ଯେଉଁଠି ଖରାରେ ମିଳେଇ ଯାଉଛି ତ୍ୱଚା

ବ୍ରାଜିଲର ସାଓ ପାଓଲୋରେ ଏକ ଗାଁ ରହିଛି, ଯାହାର ନାମ ଅରାରସ। ଏହି ଗାଁର ଲୋକମାନେ ତ୍ୱଚା ସମ୍ବନ୍ଧୀୟ ଏକ ଅଜବ ଏବଂ ଦୁଲର୍ଭ ରୋଗରେ ପୀଡିତ। ଯାହାକୁ ଏକ୍ସୋଡେରମା ପିଗ୍‌ମେଣ୍ଟାସନ ଅର୍ଥାତ XP କୁହାଯାଉଛି। ଏହି ରୋଗରେ ଖରା ଯୋଗୁଁ ତ୍ୱଚା ମିଳେଇ ଯାଇଥାଏ। ଏମିତିରେ ଏହି ରୋଗ ଲକ୍ଷଲକ୍ଷ ଲୋକଙ୍କ ମଧ୍ୟରେ ଜଣକୁ ହୋଇଥାଏ କିନ୍ତୁ ଏହି ଗାଁର ୩ ପ୍ରତିଶତ ଲୋକ ଏହି ରୋଗରେ ପୀଡିତ।

araaa

ଏହି ରୋଗ ଯୋଗୁଁ ଲୋକେ ଖରାକୁ ବାହାରିବାକୁ ଡରୁଛନ୍ତି। ଖରାରେ ବାହାରିବା କ୍ଷଣି ସୂର୍ଯ୍ୟ କିରଣ ମୁହଁକୁ ପୋଡିଦିଏ। ଏକ୍ସପି ରୋଗ ବହୁତ ସମ୍ବେଦନଶୀଳ ହେଲେ ଏହା କ୍ୟାନସରରେ ପରିଣତ ହୋଇଯାଏ। ଏହି ରୋଗ ହେଲେ ଖରା ଯୋଗୁଁ ତ୍ୱଚା ଲାଲ ପଡିଯିବା ସହ ରୁକ୍ଷ ହୋଇଯାଏ। ମୁହଁ ବହୁତ ଖରାପ ଦିଶିଥାଏ। ଏଠାରେ ଜମିରେ କାମ କରୁଥିବା ସମୁଦାୟ ଅଧିକ ରହିଥାନ୍ତି। ଏମିତିରେ ସେମାନେ ଖରାରେ କାମ କରିବାକୁ ବାଧ୍ୟ ହୋଇଥିବା ବେଳେ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି।

xp1

ଏହି ଗାଁରେ ୮୦୦ ଲୋକଙ୍କ ମଧ୍ୟରେ ୨୦ ଜଣ ଲୋକ ଏହି ରୋଗର ଶିକାର ହୋଇଥାନ୍ତି। ଏହା ପଛରେ ଥିବା ସବୁଠାରୁ ବଡ କାରଣ ବଂଶାନୁକ୍ରମିକ ବୋଲି କୁହାଯାଉଛି। ଅରାସସରେ ରହୁଥିବା ଜାଲମା ଏଣ୍ଟୋନିୟା ଅନେକ ବର୍ଷ ପୂର୍ବରୁ ଏହି ରୋଗରେ ପୀଡିତ ରହିଛନ୍ତି। ଏଣ୍ଟୋନିୟା ପ୍ରତିଦିନ ଖରାରେ କ୍ଷେତରେ କାମ କରନ୍ତି। ଏଥିପାଇଁ ଦିନକୁ ଦିନ ତାଙ୍କ ସ୍କିନ ଅବସ୍ଥା ଖରାପ ହେବାରେ ଲାଗିଛି। ଏଣ୍ଟୋନିୟା ଯେତେବେଳେ ୯ ବର୍ଷ ଥିଲେ ସେବେ ଠାରୁ ଏହି ରୋଗର ଲକ୍ଷଣ ଦେଖିବାକୁ ପାଇଥିଲେ। ପ୍ରଥମେ ତାଙ୍କ ମୁହଁ ଫାଟିଲା ଫାଟିଲା ଭଳି ହେବା ସହ ଛୋଟ ଛୋଟ ବ୍ରଣ ଭଳି ଉଠିଥିଲା। ଖରା ଯୋଗୁଁ ତାଙ୍କ ନାକ, ଓଠ, ଗାଲ ଏବଂ ଆଖି ସବୁ ସିଝି ମିଳେଇବାକୁ ଲାଗିଲା। ଏପର୍ଯ୍ୟନ୍ତ ସେ ୫୦ରୁ ଉର୍ଦ୍ଧ୍ୱ ସର୍ଜନରୀ କରିସାରିଛନ୍ତି। ଏବେ ସେ ନିଜ ତ୍ୱଚାକୁ ଖରାରୁ ବଞ୍ଚାଇବା ପାଇଁ ଅରେଞ୍ଜ ମାସ୍କ ଏବଂ ଟୋପି ବ୍ୟବହାର କରୁଛନ୍ତି। ଫଳରେ ଏହି ରୋଗରୁ କିଛି ଆରାମ ମିଳିଛି। ଏଣ୍ଟୋନିୟା ଏବେ ଗାଁ ଲୋକଙ୍କୁ ଏହି ଭୟଙ୍କର ରୋଗରୁ ବଞ୍ଚାଇବା ପାଇଁ ସଚେତନ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.