ସିଧାସଳଖ ଲୋକସେବା ଭବନ ସହ ଯୋଡ଼ି ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗର ୨୪୭ଟି ଅଫିସ
କେନ୍ୟୁଜ୍(ବ୍ୟୁରୋ): ଗ୍ରାମ୍ୟ ଉନ୍ନୟନ ବିଭାଗର ୨୪୭ଟି ଅଫିସ ସିଧାସଳଖ ଲୋକସେବା ଭବନ ସହ ଯୋଡ଼ି ହେଲା । ଗ୍ରାମ୍ୟଉନ୍ନୟନ ବିଭାଗର ଇଣ୍ଟରନାଲ ନେଟୱର୍କିଂ ବ୍ୟବସ୍ଥା, ମଲଟି ପ୍ରୋଟୋକଲ ଲେଭଲ ସ୍ୱିଚିଂ ଭର୍ଚୁଆଲ ପ୍ରାଇଭେଟ୍ ନେଟୱର୍କିଂର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ନେଟୱର୍କିଂ ବ୍ୟବସ୍ଥାରେ ତୃଣମୂଳ ସ୍ତର ଯେଉଁଠି ଇଣ୍ଟରନେଟ ସେବା ନାହିଁ ସେହି ସ୍ଥାନଗୁଡିକ ମଧ୍ୟ ସିଧାସଳଖ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଫିସ ସହ ଯୋଡିହେବେ।
ଗ୍ରାମ୍ୟ ଉନ୍ନୟନ ବିଭାଗ ୨୪୭ଟି ଅଫିସ ସହ ନିଜସ୍ୱ ନେଟୱର୍କିଂ RDMPLS ଜରିଆରେ ଯୋଡି ହୋଇ ରହିଛି। ବର୍ତ୍ତମାନର ବ୍ୟବସ୍ଥା ପରେ ଲୋକସେବାଭବନରୁ ଆରମ୍ଭ କରି ଉପଖଣ୍ଡ ସ୍ତର ପର୍ଯ୍ୟନ୍ତ ଥିବା ଅଫିସଗୁଡିକ ଗୋଟିଏ ନେଟୱର୍କିଂରେ ଯୋଡ଼ି ହେବେ। ଏହି ଅବସରରେ ୫ଞକୁ ଅଧିକ ଦୃଢ଼ିଭୁତ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଉଦ୍ୟମକୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ।