Below header

ଓଡ଼ିଶା ମୁହାଁ ବାତ୍ୟା ‘ଫାନୀ’ : ମୁକାବିଲା ପାଇଁ ରାଜ୍ୟ ସଚ୍ଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ବାତ୍ୟା ଫାନୀ ମୁକାବିଲା ନେଇ ରାଜ୍ୟ ସରକାର ସତର୍କ। ଆଜି ସଚିବାଳୟରେ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ। ବିଭିନ୍ନ ବିଭାଗୀୟ ସଚିବଙ୍କ ସହ ମୁକାବିଲା ନେଇ ଆଲୋଚନା କରିଛନ୍ତି। ଓଡ଼ିଶା ଉପକୂଳ ଦେଇ ଗତି କରିବ ବାତ୍ୟା ‘ଫାନୀ’। ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା ପରିମାଣ ବଢିବ। ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ‘ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ମନା କରାଯାଇଛି।

ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇ କହିଛନ୍ତି ଉପକୂଳ ଓଡ଼ିଶାରେ ଫାନୀର ପ୍ରଭାବ ପଡ଼ିବ। ୨ ତାରିଖରୁ ପବନ ବହିବ, ୪ରୁ ବର୍ଷା ଆରମ୍ଭ ହେବ। କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପକୂଳର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନଡିଆରଏଫ୍‌ ଓ କୋଷ୍ଟ ଗାର୍ଡକୁ ହାଇ ଆଲର୍ଟ କରାଯାଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.