ଗତ ମ୍ୟାଚରେ ହେଲା ଅନେକ ବିଶ୍ବ ରେକର୍ଡ, ଆଣ୍ଡ୍ରୁ ରସେଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟ ବଦଳାଇଲେ ଆଇପିଏଲ ଇତିହାସ

ନୂଆଦିଲ୍ଲୀ : ଆଇପିଏଲର ଯୁବ ବ୍ରେଟ୍ସମ୍ୟାନ୍ ଶୁଭମନ ଗିଲ ଏବଂ କ୍ରିସ ଗେଲଙ୍କର ଅର୍ଦ୍ଧଶତକଙ୍କ ପରେ ଆଣ୍ଡ୍ରୁ ରସେଲଙ୍କ ଦମଦାର ସ୍କୋର କୋଲକତାକୁ ଐତିହାସିକ ବିଜୟ ଦେଇଛି। ଗତକାଲି କୋଲକତା ଚଳିତ ଆଇପିଏଲର ସବୁଠାରୁ ଅଧିକ ସ୍କୋର କରିଥିଲା। ଏହି ବିଶାଳ ସ୍କୋର ହାସଲ କରିବା ନେଇ ମୁମ୍ବାଇ ଇଣ୍ଡିଆନ୍ସର ହାର୍ଦ୍ଧିକ ପାଣ୍ଡ୍ୟ ଖୁବ ପରିଶ୍ରମ କରିଥିଲେ କିନ୍ତୁ ତାଙ୍କ ଦଳ ହାରିଯାଇଥିଲା। ଅନ୍ଯ ପକ୍ଷରେ କୋଲକାତା ମ୍ୟାଚ ଜିତି ଅନେକ ରେକର୍ଡ ସୃଷ୍ଟି କରିଥିଲା।

ipl

ଆସନ୍ତୁ ନଜର ପକାଇବା ରେକର୍ଡ ମାନଙ୍କ ଉପରେ

-କୋଲକାତାର ଏହା ମୁମ୍ବାଇ ବିପକ୍ଷରେ ୬ମ ଥର ବିଜେତା ଥିଲା। ଏହାପୂର୍ବରୁ ଦୁଇ ଟିମ ମଧ୍ୟରେ ମୋଟ ୨୩ଟି ମ୍ୟାଚ ଖେଳାଯାଇଛି ଯେଉଁଥିରେ ମୁମ୍ବାଇ ୧୮ଟି ମ୍ୟାଚ ଜିତିଥିବା ବେଳେ ମାତ୍ର ୫ଟି କୋଲକାତା ଜିତିଥିଲା।

-ଶୁଭମନ ଗିଲ୍ ନିଜ ଆଇପିଏଲ କ୍ୟାରିୟରର ୩ୟ ଅର୍ଦ୍ଧଶତକ କରିଥିଲେ। ଏହା ତାଙ୍କ ଆଇପିଏଲ ୨୦୧୯ର ଦ୍ବିତୀୟ ଅର୍ଦ୍ଧଶତକ ରହିଥିଲା। ଶୁଭମନ ଗିଲ ୪୫ ବଲର ୭୬ ରନ କରିଥିଲେ। ଏହା ତାଙ୍କ ଟୁର୍ଣ୍ଣାମେଣ୍ଟ କ୍ୟାରିୟରର ସବୁଠାରୁ ଭଲ ସ୍କୋର ଥିଲା।

– ଆଣ୍ଡ୍ରୁ ରସେଲ ତାଙ୍କ ଆଇପିଏଲ କ୍ୟାରିୟର ୮ମ ଅର୍ଦ୍ଧେଶତକ ଲଗାଇଥିଲେ। ଏଥିରୁ ୪ଟି ଅର୍ଦ୍ଧଶତକ ସେ ଚଳିତ ଆଇପିଏଲରେ ଲଗାଇଛନ୍ତି।

andru rashel

-ରସେଲ ଆଇପିଏଲ ୨୦୧୯ରେ ନିଜର ୫୦ଟି ଛକ୍କା ପୁରା କରିଲେ। ଏହି ରେକର୍ଡ କରିଥିବା ସେ ଆଇପିଏଲରେ ପ୍ରଥମ ଖେଳାଳି ଅଟନ୍ତି। ଏହା ପୂର୍ବରୁ ମଧ୍ୟ ୨୦୧୨ ମସିହା ଆଇପିଏଲରେ ୫୯ଟି ଛକ୍କା ଏବଂ ୨୦୧୩ରେ ୫୧ ଟି ଛକ୍କା ମାରି ସେ ରେକର୍ଡ ପ୍ରସ୍ତୁତ କରିଥିଲେ।

-ଆଇପିଏଲରେ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ୧୦୦ତମ ମ୍ୟାଚ ରହିଥିଲା। ପ୍ରଥମ ଥର ସେ କୋଲକତା ବିପକ୍ଷରେ ହିଁ ୨୦୧୩ ମସିହାରେ ଅଧିନାୟକତା କରିଥିଲେ।

-କୋଲକତା ନାଇଟ ରାଇଡର୍ସର ଏହି ମ୍ୟାଚ ୧୦୦ତମ ବିଜୟ ରହିଥିବା ବେଳେ ରୋୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୧୦୦ ହାର ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.