ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହେଲା ବାଲିଗୁଡ଼ା ନୂଆସାହିର ସହିଦ ଦୀନେଶ କୁମାର ପାତ୍ରଙ୍କ ପର୍ଥିବ ଶରୀର

ବାଲିଗୁଡ଼ା(କେନ୍ୟୁଜ୍): ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହେଲା ଶେଷକୃତ୍ୟ। ପଞ୍ଚଭୂତରେ ଲୀନ ହେଲା ବାଲିଗୁଡ଼ା ନୂଆସାହିର ସହିଦ ଦୀନେଶ କୁମାର ପାତ୍ରଙ୍କ ପର୍ଥିବ ଶରୀର। ଦିନେଶ BSF ୧୪୬ ବାଟାଲିଆନ୍‌ ପଶ୍ଚିବଙ୍ଗର ଶାନ୍ତିନଗରଠାରେ କାର୍ଯ୍ୟରତ ଥିଲେ। ତିନି ଦିନ ତଳେ ବଙ୍ଗଳାଦେଶ ସୀମାରେ ମୁତୟନ ଥିବାବେଳେ ସହିଦ୍‌ ହୋଇଥିଲେ। ସହିଦ୍‌ ଦିନେଶଙ୍କ ମରଶରୀର ଗତକାଲି ବାଲିଗୁଡାରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ସମଗ୍ର ପରିବେଶ। ବୀର ପୁତ୍ରକୁ ଶେଷ ସମ୍ମାନ ଜଣାଇଥିଲେ ପରିବାର ଓ ଗାଁ ଲୋକଙ୍କ ସହ ରାଜନେତା ଓ ପ୍ରଶସାନିକ ଅଧିକାରୀ।