WhatsAppରେ ଆପଣଙ୍କ ପ୍ରାଇଭେଟ ମେସେଜକୁ ମଧ୍ୟ କରାଯାଇପାରେ ହ୍ୟାକ୍‌, ଦେଖନ୍ତୁ ଭିଡିଓ

ଗତ କିଛିଦିନ ହେବ ହ୍ଵାଟସଅପ୍‌ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହୁଛି। ଏବେ ପୁଣି ଥରେ ରିସଚର୍ସ ଇନଷ୍ଟାଣ୍ଟ ମ୍ୟାସେଜିଂ ସର୍ଭିସ ହ୍ଵାଟସଅପକୁ ନେଇ ଗଡବଡ ହେବାର ଦାବି କରିଛି। ଜଣାଶୁଣା ଇଜରାୟଲୀ ସିକ୍ୟୁରିଟୀ କମ୍ପାନୀ ଚେକ ପଏଣ୍ଟ ଲର୍ସ ବେଗାସରେ ବୁଧବାର ଏକ କନଫେରେନ୍ସରେ ଜଣାଇଛି ହ୍ଵାଟସଅପ୍‌ ମ୍ୟାସେଜକୁ କେବଳ ହ୍ୟାକ୍‌ କରିହେବ ନାହିଁ ବରଂ ମେସେଜ ପଠାଇଥିବା ବ୍ୟକ୍ତିଙ୍କର ପରିଚୟକୁ ମଧ୍ୟ ବଦଳାଯାଇପାରିବ। ଏପରି ହେବାର ଏହା ପ୍ରଥମ ଥର ନୁହେଁ ବରଂ ଗତ ବର୍ଷ ଏହି ସମସ୍ୟାକୁ ନେଇ ଚିନ୍ତା ବ୍ୟକ୍ତ କରାଯାଇଥିଲା। ଏହି କାରଣରୁ ବର୍ତ୍ତମାନ ସବୁ ୟୁଜରଙ୍କ ଚିନ୍ତା ବଢ଼ିଗଲାଣି।

whatsappକଣ ରହିଛି ପୂରା ମାମଲା

ରିସର୍ଚ୍ଚର ଜଣାଇଛନ୍ତି ହ୍ୟାକର୍ସ ପ୍ରାଇଭେଟ ଏବଂ ଗ୍ରୁପ ଚାଟକୁ ହ୍ୟାକ୍‌ କରିପାରିବ। ଏହାସହିତ ଯଦି କୌଣସି ଗ୍ରୁପ ଚାଟ ସମୟରେ ପ୍ରାଇଭେଟ ମେସେଜ୍‌ ପଠାଇଥାନ୍ତି ତେବେ ହ୍ୟାକର୍ସ ସେହି ମେସେଜକୁ ଗ୍ରୁପରେ ଭିଜିବୁଲ କରିଦେଇଥାଏ। ରିସର୍ଚ୍ଚର ହ୍ଵାଟସଅପର ଏହି ତ୍ରୁଟିକୁ ଏକ ଟୁଲ ଜରିଆରେ ଜଣାଇବାକୁ ଚେଷ୍ଟା କରିଛନ୍ତି।

ନିଶ୍ଚିତ ପଢନ୍ତୁ : ହ୍ଵାଟସଅପ୍‌, ଇନଷ୍ଟାଗ୍ରାମ ସହିତ ନିଜ ନାମ ଯୋଡିବାକୁ ଯାଉଛି ଫେସବୁକ !

ଏହି ଟୁଲର ବ୍ୟବହାର ଦ୍ୱାରା ଏହା ଜଣାଯାଇଛି ଯେ କେମିତି ହ୍ୟାକର୍ସ ପ୍ରାଇଭେଟ ଏବଂ ଗ୍ରୁପ ଚାଟକୁ ହ୍ୟାକ କରିପାରିବ। କେବଳ ଏତିକି ନୁହେଁ ହ୍ଵାଟସଅପର ‘ କ୍ୱାଟ’ ଫଙ୍କସନ ଜରିଆରେ ଏହା ୟୁଜର୍ସଙ୍କ ପରିଚୟକୁ ପରିବର୍ତ୍ତନ କରି ମେସେଜକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳାଯାଇପାରିବ। ଏଥିରେ ସେହି ମେମ୍ବରଙ୍କୁ ଗ୍ରୁପରେ ଦେଖାଯାଇହେବ ଯିଏ କେବେବି ଗ୍ରୁପରେ ନଥିଲେ। ରିସର୍ଚ୍ଚର ଭିଡିଓ ଜାରୀ କରି ଜଣାଇବାକୁ ଚେଷ୍ଟା କରାଇଛନ୍ତି ଯେ କେମିତି ୟୁଜର୍ସ ଚାଟକୁ ପରିବର୍ତ୍ତନ କରିହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.