Below header

୯ ଅଗଷ୍ଟ’ର ଇତିହାସ, ଗାନ୍ଧିଜୀଙ୍କ ସେହି ଆନ୍ଦୋଳନ ଯାହା ଭାଙ୍ଗି ଦେଇଥିଲା ଇଂରେଜଙ୍କ ମେରୁଦଣ୍ଡ

ଅଗଷ୍ଟ ୧୫ ସ୍ୱାଧୀନତା ଦିବସ । ଏଦିନକୁ ସମସ୍ତେ ମନେ ରଖିଥିବେ ନିଶ୍ଚିତ । କିନ୍ତୁ ଏହି ସ୍ୱାଧୀନତା ପାଇଁ ଗାନ୍ଧିଜୀ କେଉଁଦିନ ଆନ୍ଦୋଳନ ଆରମ୍ଭ କରିଥିଲେ, ତାହା ବିଷୟରେ ପ୍ରାୟ ସମସ୍ତେ ଅଜଣା ଥିବେ। ଏହିଦିନକୁ ପ୍ରାୟତଃ କେହି ମନେ ରଖିନଥିବେ। କିନ୍ତୁ ଖାସ୍‌ କରି ଏହିଦିନକୁ ସ୍ମରଣ ରଖିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ଅଗଷ୍ଟ କ୍ରାନ୍ତି ଦିବସ ତଥା ଭାରତ ଛାଡ ଆନ୍ଦୋଳନଭାବେ ପାଳନ କରାଯାଇଥାଏ। ଏହି ଦିବସରେ ପ୍ରଧାନମନ୍ତ୍ରୀ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ଗାନ୍ଧିଜୀ ଦେଇଥିବା ଶିକ୍ଷାକୁ ସ୍ମରଣ କରିଥାନ୍ତି। ଏହି ଆନ୍ଦୋଳନ ଦେଶବ୍ୟାପୀ ହୋଇଥିଲା, ଯେଉଁଥିରେ ସମଗ୍ର ଭାରତ ବର୍ଷର ଲୋକ ଅଦ୍ଭୁତପୂର୍ଣ୍ଣ ସାହସ ଏବଂ ସହନଶୀଳତାର ପରିଚୟ ଦେଇଥିଲେ।

5759_Quit_India_Movement

୧୯୪୨, ଅଗଷ୍ଟ ୯ ତାରିଖରେ ଜାତିର ପିତା ମହାତ୍ମାଗାନ୍ଧୀ ଭାରତ ଛାଡ ଆନ୍ଦୋଳନର ମୂଳଦୁଆ ପକାଇଥିଲେ। ଏହାପରେ ସମଗ୍ର ଭାରତୀୟ ଇଂରେଜମାନଙ୍କୁ ବିତାଡିତ କରିବା ପାଇଁ ଏକଜୁଟ ହୋଇଥିଲେ। ଫଳରେ ବ୍ରିଟିଶ ସରକାର ଦେଶ ଛାଡିବାକୁ ବାଧ୍ୟ ହୋଇଥିଲେ। ଖାସ ଏହିଦିନକୁ ସ୍ୱାଧୀନତା ପର ଠାରୁ ଅଗଷ୍ଟ ୯ ତାରିଖକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ଯେଉଁ ମଇଦାନରୁ ଏହି କ୍ରାନ୍ତି ଆରମ୍ଭ ହୋଇଥିବା ମୁମ୍ବାଇର ସେହି ମଇଦାନ କ୍ରାନ୍ତି ମଇଦାନ ଭାବେ ବେଶ ଜଣାଶୁଣା।

୧୯୪୨ରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତର ସହାୟତା ଲୋଡି ଇଂରେଜମାନେ ଭାରତକୁ ମୁକ୍ତ କରିବେ ବୋଲି ପ୍ରତିଜ୍ଞା କରିଥିଲେ। କିନ୍ତୁ ନିଜର ପ୍ରତିଜ୍ଞାକୁ ନ ମାନି ଭାରତକୁ ସ୍ୱାଧୀନତା ଦେବାରୁ ଓହରିଯାଇଥିଲେ ଇଂରେଜ। ସେତେବେଳେ ଗାନ୍ଧିଜୀ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ। ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ସମିତିରେ ଏହି ପ୍ରସ୍ତାବକୁ ପାରିତ କରାଯାଇଥିଲା। କିନ୍ତୁ ଠିକ୍‌ସେହି ସମୟରେ ଗାନ୍ଧିଜୀଙ୍କୁ ପୁନେର ଆଗା ଖାଁ ପ୍ୟାଲେସର ବନ୍ଦୀ କରାଯାଇଥିଲା, କେବଳ ଗାନ୍ଧିଜୀ ନୁହନ୍ତି ପାଖାପାଖି ସମସ୍ତ ନେତା ଏବଂ ସଂଗ୍ରାମୀମାନଙ୍କୁ ଗିରଫ କରାଯାଇଥିଲା। ଏଥିରେ ମଧ୍ୟ ହାର ମାନିନଥିଲେ ଅନ୍ୟ କ୍ରାନ୍ତିକାରୀମାନେ।

1

ଏହି କ୍ରାନ୍ତିକାରୀଙ୍କ ମଧ୍ୟରେ ଯୁବାନେତ୍ରୀ ଅରୁଣା ଆସିଫ ଅଲ୍ଲୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଅଗଷ୍ଟ ୯ ତାରିଖରେ ମୁମ୍ବାଇର ଗ୍ଵାଲିଆ ଟ୍ୟାଙ୍କ ମଇଦାନରେ ତ୍ରିରଙ୍ଗା ଉଡାଇ ଭାରତ ଛାଡ ଆନ୍ଦୋଳନକୁ ଆରମ୍ଭ କରିଥିଲେ। କିନ୍ତୁ ଏହି ଆନ୍ଦୋଳନ ଅହିଂସା ମାର୍ଗରେ ହେଉ ବୋଲି ଗାନ୍ଧିଜୀ ଆବାହନ କରିଥିଲେ କିନ୍ତୁ ଦେଶର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ଯାହାକୁ ଗାନ୍ଧିଜୀ ପସନ୍ଦ କରିନଥିଲେ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଂରେଜମାନେ ଭାଙ୍ଗି ପଡିଥିଲେ। ଠିକ୍‌ ଏହି ସମୟରେ ଗାନ୍ଧିଜୀଙ୍କ ଏହି ଆନ୍ଦୋଳନ ଭାରତକୁ ସ୍ୱାଧୀନତା ଦେବାରେ ଉଚିତ ମାର୍ଗ ସାଜିଥିଲା। ଏହିଦିନରୁ ଗାନ୍ଧିଜୀ ଭାରତ ଛାଡ ଆନ୍ଦୋଳନ ସହିତ ‘କର ବା ମର’ ନାରା ଦେଇଥିଲେ। ଆଜି ଆମେ ଅଗଷ୍ଟ କ୍ରାନ୍ତି ଦିବସର ୭୧ ବର୍ଷରେ ପଦାର୍ପଣ କରିଛେ। କିନ୍ତୁ ସାଧାରଣ ଜନତା ସ୍ୱାଧୀନତା ଦିବସ ଧୁମଧାମରେ ପାଳନ କରୁଥିବା ବେଳେ ଏହାର ମହତ୍ତ୍ୱକୁ ଭୁଲି ଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.