ରାସ୍ତା ଉପରେ ବୃଦ୍ଧା ଶାଶୁକୁ ଘୋଷାଡ଼ି ମାରିଲା ବୋହୁ, ସାମାନ୍ୟ ଖାଦ୍ୟକୁ ନେଇ ଘଟିଛି ଲୋମହର୍ଷକ ଘଟଣା
ଢେଙ୍କାନାଳ(କେନ୍ୟୁଜ୍): ରାସ୍ତା ଉପରେ ବୃଦ୍ଧା ଶାଶୁଙ୍କୁ ଘୋଷାଡ଼ି ମାରିଲା ବୋହୁ। ସାମାନ୍ୟ ଖାଦ୍ୟକୁ ନେଇ ଘଟିଛି ଏଭଳି ଅମାନବୀୟ ଲୋମହର୍ଷକ ଘଟଣା। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ମୁଣ୍ଡେଇଲୋ ଗ୍ରାମପଞ୍ଚାୟତର ଗେଲେହିକାଟେଣୀ ଗାଁରେ ଏହା ଲୋକଙ୍କୁ ହତବାକ୍ କରିଦେଇଛି। ପଡୋଶୀ ଘର ଦେଇଥିବା ତରକାରୀକୁ ଖାଇଦେବାରୁ ଶାଶୁଙ୍କ ଉପରେ ଉତ୍କ୍ଷିପ୍ତ ହୋଇଯାଇଥିଲେ ବୋହୁ ସବିତା ବିଶ୍ୱାଳ। ଆଉ ୮୨ବର୍ଷିୟ ଶାଶଙ୍କୁ ରାସ୍ତାରେ ଘୋଷାଡ଼ି ମାରିଥିଲେ। ବୃଦ୍ଧାଜଣକ ଯେତେ କାକୁତି ମିନତି ହୋଇଥିଲେ ମଧ୍ୟ ବୋହୁ ଜଣକ ଆଦୌ ଶୁଣିନଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୋଲିସ ବୃଦ୍ଧାଙ୍କୁ ଉଦ୍ଧାର କରି ପର୍ଜଙ୍ଗ ମେଡିକାଲରେ ଭର୍ତ୍ତି କରିଛି। ବୋହୁ ସବିତା ବିଶ୍ୱାଳ ଫେରାର ହୋଇଯାଇଛନ୍ତି। ପୋଲିସ ନିଜଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।