ଫ୍ୟାନରେ ଝୁଲି ସାଲେପୁର ସ୍ବୟଂ ଶାସିତ କଲେଜର କନିଷ୍ଠ କିରାଣୀଙ୍କ ଆତ୍ମହତ୍ୟା

ସାଲେପୁର : ସାଲେପୁର ସ୍ବୟଂ ଶାସିତ କଲେଜରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଜୟଶ୍ରୀ ବିଶ୍ୱାଳ କଲେଜ ରୋଡ ସ୍ଥିତ ନିଜ ଭଡ଼ା ଘରେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି ।

ଘଟଣାରୁ ଜଣାପଡିଛି ଯେ, ଗତକାଲି ରାତିରେ ତାଙ୍କ ସ୍ୱାମୀ ସୁଦାମ ବେହେରା ପ୍ରତିଦିନ ଭଳି ଜଗତପୁରରୁ ନିଜ କାମ ସାରି ଘରକୁ ଫେରିଥିଲେ । ଘରେ ପହଁଚିବା କ୍ଷଣି ସେ ଦେଖିଥିଲେ ଯେ ଜୟଶ୍ରୀ ବେକରେ ଲୁଗା ଲଗାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ଏହାପରେ ସେ ତୁରନ୍ତ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ଶବ ଜବତ କରିବା ସହ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.