Below header

ଜମି ପଟ୍ଟା ପାଇଁ ବିବାଦ: ବିଧାନସଭା ସାମ୍ନାରେ ପୋଲିସ-ବସ୍ତି ବାସିନ୍ଦା ଧସ୍ତାଧସ୍ତି, ୫ ଆହତ

ରାଜରାସ୍ତାକୁ ଓହ୍ଲାଇଲେ ଭୁବନେଶ୍ବର ସାଲିଆସାହି ବାସିନ୍ଦା। ପୋଲିସ ସହ ମୁହାମୁହିଁ। ବିଧାନସଭା ଘେରାଉ ପାଇଁ ସାଲିଆସାହି ବାସିନ୍ଦାମାନେ ଶୋଭାଯାତ୍ରାରେ ଯିବା ବେଳେ ବିଜୁ ପଟ୍ଟନାୟକ ଛକରେ ସେମାନଙ୍କୁ ଅଟକାଇଥିଲା ପୋଲିସ । ଏହାକୁ ନେଇ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା ।

ଭୁବନେଶ୍ୱର (କେନ୍ୟୁଜ): ରାଜରାସ୍ତାକୁ ଓହ୍ଲାଇଲେ ଭୁବନେଶ୍ବର ସାଲିଆସାହି ବାସିନ୍ଦା। ପୋଲିସ ସହ ମୁହାମୁହିଁ। ବିଧାନସଭା ଘେରାଉ ପାଇଁ ସାଲିଆସାହି ବାସିନ୍ଦାମାନେ ଶୋଭାଯାତ୍ରାରେ ଯିବା ବେଳେ ବିଜୁ ପଟ୍ଟନାୟକ ଛକରେ ସେମାନଙ୍କୁ ଅଟକାଇଥିଲା ପୋଲିସ । ଏହାକୁ ନେଇ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ୧୮୦   ଆନ୍ଦୋଳନକାରୀ ଅଟକ ଅଛନ୍ତି। ୫ଜଣ ମହିଳା ପୋଲିସ ଆହତ ଅଛନ୍ତି । ୬ ଶହ ବର୍ଗଫୁଟ ଜଙ୍ଗଲ ଜମିର ରାଜସ୍ବ ଜମି ପଟ୍ଟା ଦାବି କରିଛନ୍ତି ।

ଭୁବନେଶ୍ୱର ସମସ୍ତ ବସ୍ତିକୁ ସର୍ଭେ କରାଯାଇ ଜମି ପଟ୍ଟା ପ୍ରଦାନ କରା ଯାଉଥିବା ବେଳେ ସାଲିଆସାହି କୁ ସର୍ଭେ ରୁ ବାଦ ଦିଆଯାଇଛି । ଏହାର ପ୍ରତିବାଦରେ ଆନ୍ଦୋଳନ କରିଛନ୍ତି ସାଲିଆସାହି ବାସିନ୍ଦା । ସାଲିଆ ସାହି ମଧ୍ୟରେ ୨ ଶହ ଫୁଟିଆ ରାସ୍ତା ତିଆରିକୁ ମଧ୍ୟ ସେମାନେ ବିରୋଧ କରିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.