ସ୍ୱେରେଜ୍‌ ଭିତରେ ପଶିଲେ ଆମେରିକୀୟ ଅରବପତି ବିଲ୍‌ ଗେଟ୍ସ, ସେୟାର କଲେ VIDEO

ଆମେରିକୀୟ ଅରବପତି ବିଲ୍‌ ଗେଟ୍ସ ଏବେ ଚର୍ଚ୍ଚାରେ। ବିଲ୍ ଗେଟ୍ସ ସ୍ୱେରେଜ୍‌ ଭିତରେ ପଶି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସେ ଏହାର ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳୁଛି, ବିଲ୍‌ ଗେଟ୍ସ ବ୍ରୁସେଲ୍ସର ସ୍ୱେରେଜ୍ ସିଷ୍ଟମ ବିଷୟରେ ସୂଚନା ସଂଗ୍ରହ କରିବା ପାଇଁ ଏହା ଭିତରକୁ ପ୍ରବେଶ କରୁଛନ୍ତି।

ଆମେରିକୀୟ ଅରବପତି ବିଲ୍‌ ଗେଟ୍ସ ଏବେ ଚର୍ଚ୍ଚାରେ। ବିଲ୍ ଗେଟ୍ସ ସ୍ୱେରେଜ୍‌ ଭିତରେ ପଶି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସେ ଏହାର ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳୁଛି, ବିଲ୍‌ ଗେଟ୍ସ ବ୍ରୁସେଲ୍ସର ସ୍ୱେରେଜ୍ ସିଷ୍ଟମ ବିଷୟରେ ସୂଚନା ସଂଗ୍ରହ କରିବା ପାଇଁ ଏହା ଭିତରକୁ ପ୍ରବେଶ କରୁଛନ୍ତି। ସେ ସ୍ୱେରେଜ୍ ସଂଗ୍ରହାଳୟ ଦେଖିବାକୁ ଏଠାକୁ ଆସିଥିଲେ।

ଏହି ଭିଡିଓରେ ତାଙ୍କୁ ସହରର ବର୍ଜ୍ୟବସ୍ତୁ ସିଷ୍ଟମ୍‌କୁ ବୁଝିବା ପାଇଁ ବୈଜ୍ଞାନିକମାନଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳୁଛି। ମୁଖ୍ୟତଃ ସ୍ୱେରେଜ୍‌ ଏବଂ ଟ୍ରିଟମେଣ୍ଟ ପ୍ଲାଣ୍ଟର ୨୦୦ ମାଇଲ୍ ନେଟୱାର୍କ, ସହରର ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରେ।

ବିଶ୍ୱ ଶୌଚାଳୟ ଦିବସ ଅବସରରେ ବିଲ୍ ଗେଟ୍ସ ସ୍ୱେରେଜ୍‌ ଭିତରକୁ ଯାଇଥିଲେ। ସେ ଭିଡିଓର କ୍ୟାପସନରେ କହିଛନ୍ତି, ‘ଚଳିତ ବର୍ଷର ବିଶ୍ୱ ଶୌଚାଳୟ ଦିବସରେ ମୁଁ ବ୍ରୁସେଲ୍ସର ସ୍ୱେରେଜ୍ ସିଷ୍ଟମର ଲୁକ୍କାୟିତ ଇତିହାସ ଏବଂ ବିଶ୍ୱ ସ୍ୱାସ୍ଥ୍ୟରେ ବର୍ଜ୍ୟଜଳର ଭୂମିକା ଆବିଷ୍କାର କଲି। ବ୍ରୁସେଲ୍ସର ଅଣ୍ଡରୱାଟର ମ୍ୟୁଜିୟମରେ ଏ ସବୁ ଅନୁଭବ କଲି। ସହରର ବର୍ଜ୍ୟଜଳ ପ୍ରଣାଳୀର ଇତିହାସକୁ ଜାଣିଲି’।

‘୧୮୦୦ ଦଶକରେ ସହରର ସେନେ ନଦୀରେ ବର୍ଜ୍ୟଜଳ ନିଷ୍କାସନ କରାଯାଉଥିଲା। ଏହି କାରଣରୁ ଭୟଙ୍କର ହଇଜା ମହାମାରୀ ବ୍ୟାପିଥିଲା। ଆଜି ସ୍ୱେରେଜ୍ ଏବଂ ଟ୍ରିଟମେଣ୍ଟ ପ୍ଲାଣ୍ଟର ୨୦୦ ମାଇଲ୍ ନେଟୱାର୍କ, ସହରର ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରୁଛି’।

 

View this post on Instagram

 

A post shared by Bill Gates (@thisisbillgates)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.