କାନାଡା ନାଗରିକଙ୍କ ପାଇଁ ଇ-ଭିସା ସେବା ଆରମ୍ଭ କଲା ଭାରତ, ୨ ମାସ ପୂର୍ବରୁ ହୋଇଥିଲା ସ୍ଥଗିତ

କାନାଡା ନାଗରିକଙ୍କ ପାଇଁ ଭାରତ ଇ-ଭିସା ସେବା ପୁଣି ଥରେ ଆରମ୍ଭ ହୋଇଛି । ଏଥିରେ ଟୁରିଷ୍ଟ ଭିସା ମଧ୍ୟ ସାମିଲ ରହିଛି । ଏହାଛଡା ଏଣ୍ଟ୍ରି ଭିସା, ବିଜନେସ ଭିସା, ମେଡିକାଲ ଭିସା ଏବଂ କନଫରରେନ୍ସ ଭିସା ମଧ୍ୟ ଆରମ୍ଭ ହୋଇଛି ।

କାନାଡା ନାଗରିକଙ୍କ ପାଇଁ ଭାରତ ଇ-ଭିସା ସେବା ପୁଣି ଥରେ ଆରମ୍ଭ ହୋଇଛି । ପ୍ରାୟ ୨ ମାସ ପରେ ଭାରତ ସରକାର କାନାଡା ନାଗିରକଙ୍କ ପାଇଁ ପର୍ଯ୍ୟଟନ ଇ-ଭିସା ସେବା ଆରମ୍ଭ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ କାରଣରୁ ସେପ୍ଟେମ୍ବର ୨୧ରେ ଭାରତ ସରକାର ଇ-ଭିସା ସେବା ସ୍ଥଗିତ ରଖିଥିଲେ ।

ଏହି ଘୋଷଣା ପରେ କାନାଡା ନାଗରିକଙ୍କ ପାଇଁ ସମସ୍ତ ପ୍ରକାର ଇ-ଭିସା ସେବା ଉପଲବ୍ଧ କରାଯାଇଛି । ପୂର୍ବରୁ ବ୍ୟବସାୟ ଏବଂ ଡାକ୍ତରୀ ଭିସା ସମେତ ଚାରିଟି ସେବା ପାଇଁ ଗତ ମାସ ଅନୁମତି ମିଳିଥିଲା । ଆଜି ପର୍ଯ୍ୟଟନ ଇ-ଭିସା ସେବାକୁ ପୁନଃ ଆରମ୍ଭ କରାଯାଇଛି ।

ତେବେ ଏହି ନିଷ୍ପତ୍ତି ପରେ କାନାଡାର ନାଗରିକଙ୍କ ପାଇଁ ସମସ୍ତ ପ୍ରକାରର ଭିସା ସେବା ଆରମ୍ଭ ହୋଇଛି । ଏଥିରେ ଟୁରିଷ୍ଟ ଭିସା ମଧ୍ୟ ସାମିଲ ରହିଛି । ଏହାଛଡା ଏଣ୍ଟ୍ରି ଭିସା, ବିଜନେସ ଭିସା, ମେଡିକାଲ ଭିସା ଏବଂ କନଫରରେନ୍ସ ଭିସା ମଧ୍ୟ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ, ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟାକୁ ନେଇ କାନାଡା ଓ ଭାରତ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଏହା ପରେ ଦୁଇ ଦେଶ ମଧ୍ୟରେ ସଂପର୍କରେ ତିକ୍ତତା ଆସିଥିଲା । ନିଜ୍ଜାର ହତ୍ୟା ପଛରେ ଭାରତର ହାତ ଥିବା ଅଭିଯୋଗ ଆଣିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା । ଯଦି ସତ୍ୟତା ଅଛି ତେବେ ପ୍ରମାଣ ଦେବାକୁ ମଧ୍ୟ କହିଥିଲା ଭାରତ । ଏହାପରେ ୨୧ ସେପ୍ଟେମ୍ବରରୁ ଭାରତ କାନାଡା ନାଗରିକଙ୍କ ପାଇଁ ଇ-ଭିସା ସର୍ଭିସକୁ ବ୍ୟାନ୍‌ କରିଥିଲା ।

ତେବେ ଏହି ବିବାଦ ପରେ ପ୍ରଥମ ଥର ପାଇଁ ମୋଦି ଏବଂ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସାକ୍ଷାତ କରିବାର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.