ଦେବ ଉତ୍ଥାପନ ଏକାଦଶୀ, ଜାଣନ୍ତୁ ବ୍ରତ କରିବାର ଶୁଭ ମୂହୁର୍ତ୍ତ

ଦେବ ଉତ୍ଥାପନ ଏକାଦାଶୀ କେବେ ପଡ଼ୁଛି ଏବଂ ଏହି ଦିନର ଶୁଭ ସମୟରେ ଭଗବାନ ବିଷ୍ଣୁଙ୍କର କିପରି ପୂଜା କଲେ ତାଙ୍କର ଆଶୀର୍ବାଦ ମିଳିବ ଆସନ୍ତୁ ଜାଣିବା ।

୨୯ ଜୁନରେ ଭଗବାନ ବିଷ୍ଣୁ ଦୀର୍ଘ ସମୟ ଧରି ଶୟନ କରିଥିଲେ । କିନ୍ତୁ ଭଗବାନ ଶ୍ରୀ ହରି ଶୟନରୁ ଜାଗ୍ରତ ହେବେ । ହିନ୍ଦୁ ବିଶ୍ୱାସ ଅନୁଯାୟୀ ଯେଉଁ ଦିନ ଭଗବାନ ବିଷ୍ଣୁ ଜାଗ୍ରତ ହୁଅନ୍ତି, ସେହି ଦିନ ଦେବ ଉତ୍ଥାପନ ଏକାଦଶୀ ଭାବେ ପାଳନ କରାଯାଏ । ହିନ୍ଦୁ ପରମ୍ପରା ଅନୁଯାୟୀ ଏହି ଦିନ ନାରାୟଣଙ୍କ ପାଇଁ ବ୍ରତ ଓ ପୂଜା କରାଯାଏ । ତେବେ ଯେଉଁ ମାସରେ ଭଗବାନ ବିଷ୍ଣୁ ଚାରିମାସ ପର୍ଯ୍ୟନ୍ତ ପାତାଳ ଲୋକରେ ଶୋଇବାକୁ ଯାଆନ୍ତି, ତାହା ଚତୁଃମାସ ଭାବରେ ପାଳନ କରାଯାଏ । ସମସ୍ତ ଶୁଭ କାର୍ଯ୍ୟ ଏହି ଚାରି ମାସ ମଧ୍ୟରେ ବନ୍ଦ କରାଯାଏ । ଯେତେବେଳେ ଭଗବାନ ବିଷ୍ଣୁ କାର୍ତ୍ତିକ ମାସର ଶୁକ୍ଳ ଏକାଦାଶୀରେ ଚାରି ମାସ ପରେ ଜାଗ୍ରତ ହୁଅନ୍ତି, ସେତେବେଳେ ସମସ୍ତ ଶୁଭ କାର୍ଯ୍ୟ ଦେବ ଉତ୍ଥାପନ ଏକାଦାଶୀରୁ ଆରମ୍ଭ ହୁଏ । ଏହି ଦେବ ଉତ୍ଥାପନ ଏକାଦାଶୀ କେବେ ପଡ଼ୁଛି ଏବଂ ଏହି ଦିନର ଶୁଭ ସମୟରେ ଭଗବାନ ବିଷ୍ଣୁଙ୍କର କିପରି ପୂଜା କଲେ ତାଙ୍କର ଆଶୀର୍ବାଦ ମିଳିବ ଆସନ୍ତୁ ଜାଣିବା ।

ଦେବ ଉତ୍ଥାପନ ଏକାଦଶୀ କେବେ ପଡ଼ୁଛି :

ହିନ୍ଦୁ ପାଞ୍ଜିକା ଅନୁଯାୟୀ କାର୍ତ୍ତିକ ମାସର ଶୁକ୍ଳ ପକ୍ଷର ଏକାଦଶୀ ତିଥିରେ ଦେବ ଉତ୍ଥାପନ ଏକାଦଶୀ ପାଳନ କରାଯାଏ । ଚଳିତ ବର୍ଷ ଦେବ ଉତ୍ଥାପନ ଏକାଦଶୀ ପୂଜା ଏବଂ ଉପବାସ ୨୩ ନଭେମ୍ବରରେ ପାଳନ କରାଯିବ ।

ବ୍ରତ କରିବା ପାଇ ଶୁଭ ଦିନ:
ପାଞ୍ଜିକା ଅନୁଯାୟୀ, ଦେବ ଉତ୍ଥାପନ ଏକାଦଶୀ ୨୨ ନଭେମ୍ବର ରାତି ୧୧.୩୦ ରୁ ଆରମ୍ଭ ହୋଇ ଗୁରୁବାର ୨୩ ନଭେମ୍ବର ୯.୦୧ ପର୍ଯ୍ୟନ୍ତ ଚାଲିବ । ଯଦି ସୂର୍ଯ୍ୟୋଦୟ ତିଥିରୁ ଦେଖବା ତେବେ ଦେବ ଉତ୍ଥାପନ ଏକାଦଶୀ ୨୩ ନଭେମ୍ବରରେ ପାଳନ କରାଯିବ । ତେଣୁ ୨୩ ନଭେମ୍ବର ହିଁ ପୂଜା ଏବଂ ଉପାସନା କରିବା ପାଇଁ ଶୁଭ ରହିବ । ୨୩ ନଭେମ୍ବରରେ ସର୍ବାର୍ଥ ସିଦ୍ଧି ଯୋଗ ଏବଂ ରବି ଯୋଗ ହେଉଛି । ଏହି କାରଣରୁ ଦେବ ଉତ୍ଥାପନ ଏକାଦଶୀର ଦିନଟି ବହୁତ ବିଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ରହିଛି ।

ଦେବ ଉତ୍ଥାପନ ଏକାଦଶୀ ପୂଜା କରିବାର ବିଧି :
ଦେବ ଉତ୍ଥାପନ ଏକାଦଶୀ ଦିନ ସକାଳ ସମୟରେ ଉଠିବା ପରେ ସ୍ୱଚ୍ଛ ପାଣିରେ ଗାଧୋଇବେ । ପରେ ଧୂଆ ପୋଷାକ ପିନ୍ଧିବେ । ପୂଜାର ସଂକଳ୍ପ କରି ଦିନ ସାରା ଭଗବାନ ନାରାୟଣଙ୍କ ଜପ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ । ସନ୍ଧ୍ୟାରେ ନାରାୟଣଙ୍କ ପାଦକୁ ସ୍ପର୍ଶ କରି ତାଙ୍କୁ ଜାଗ୍ରତ କରିବା ପାଇଁ ତାଙ୍କ ନାମରେ ଏକ ଦୀପ ଜାଳନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କୁ ପୂଣ୍ୟ ଫଳ ପ୍ରାପ୍ତି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.