Below header

ସମ୍ବଲପୁର ଏଡିଏମ୍‌ଓଙ୍କ ମହନୀୟତା: ଘରେ ଥିଲା ମା’ଙ୍କ ମୃତ ଶରୀର ଏପଟେ କରୋନା ମୁକାବିଲା ପାଇଁ ସଚେତନତା ସୃଷ୍ଟି କରୁଥିଲେ ପୁଅ

ସମ୍ବଲପୁର : ସତରେ ଏମିତି ମଣିଷ ବହୁତ କମ୍ ଯିଏ ନିଜ ପାଇଁ ପରେ ବରଂ ଅନ୍ଯମାନଙ୍କ ପାଇଁ ଆଗ ଚିନ୍ତା କରନ୍ତି । ନିଜ କର୍ମକୁ ଆଗ ପ୍ରାଧାନ୍ଯ ଦେଉଥିବା ମଣିଷ ଏଦୁନିଆରେ ବହୁତ କମ୍ ଥିବାବେଳେ ସମ୍ବଲପୁର ଏଡିଏମ୍‌ଓ ଡ.ଅଶୋକ ଦାସ ଏନେଇ ସୃଷ୍ଟି କରିଛନ୍ତି ଉଦାହରଣ । ସେଦିନ ଥିବା ମଙ୍ଗଳବାର ସକାଳ ୯.୪୫ ମିନିଟ। ମା’ ପଦ୍ମିନୀଙ୍କ ୮୦ବର୍ଷ ବୟସରେ ମୃତ୍ୟୁ ହୋଇଥିଲା। ହେଲେ ସେ ଦୁଃଖରେ ଭାଙ୍ଗି ନ ପଡ଼ି କର୍ତ୍ତବ୍ୟ କରିଥିଲେ। ଘରେ ଥିଲା ମା’ଙ୍କ ମୃତ ଶରୀର ଏପଟେ କରୋନା ମୁକାବିଲା ପାଇଁ ସଚେତନତା ସୃଷ୍ଟି କରୁଥିଲେ ସମ୍ବଲପୁର ଏଡିଏମ୍‌ଓ ଡ.ଅଶୋକ ଦାସ।

ବର୍ତ୍ତମାନ କରୋନା ସାରା ବିଶ୍ବରେ ନିଜର କାୟା ବିସ୍ତାର କରିଛି । ଯେପରି ଓଡ଼ିଶାକୁ ଏହା କବଳିତ ନକରୁ ଏଥିପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଉଦ୍ୟମ କରୁଛନ୍ତି। ସମ୍ବଲପୁର ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଅଛନ୍ତି ଡ.ଅଶୋକ ଦାସ। କୌଣସି ବ୍ୟକ୍ତିଙ୍କଠାରେ କରୋନା ଆଶଙ୍କା ଥିଲେ, ତାଙ୍କର ପରୀକ୍ଷା ଦାୟିତ୍ବ ତାଙ୍କୁ ଦିଆଯାଇଛି। ଏହା ସହିତ ପ୍ରତିଦିନ କରୋନା ମୁକାବିଲା ପାଇଁ ସଚେତନା ସୃଷ୍ଟି କରୁଛନ୍ତି।

ଏହାକୁ ଦୃଷ୍ଟିରେ ରଖି ମାଙ୍କ ମୃତ୍ୟୁର ୧ ଘଣ୍ଟା ପରେ ପୂର୍ବାହ୍ନ ୧୧ଟାରେ ସିଏସଓ କାର୍ଯ୍ୟାଳୟରେ ଆୟୋଜିତ ଚାଷୀ ସଚେତନତା ବୈଠକରେ ସେ ଉପସ୍ଥିତ ଥିଲେ। ଏହାପରେ ମଧ୍ୟାହ୍ନ ୧୨.୩୦ରେ ପୂର୍ତ୍ତ ବିଭାଗରେ ଆୟୋଜିତ ବୈଠକରେ ଠିକାଦାର ଏବଂ ଶ୍ରମିକମାନଙ୍କୁ ସଚେତନ କରିଥିଲେ। ପୁଣି ଜରୁରୀ କାମ ଡାକ୍ତରଖାନା ଯାଇଥିଲେ। ୨ଟାରେ ଘରକୁ ଯିବା ପରେ ସେତେବେଳ ପର୍ଯ୍ୟନ୍ତ ସମସ୍ତ ସମ୍ପର୍କୀୟ ପହଞ୍ଚି ସାରିଥିଲେ। ଅପରାହ୍ନରେ ରାଜଘାଟରେ ମା’ଙ୍କ ଶେଷ ଦର୍ଶନ କରିବା ସହ ଅନ୍ତିମ ସଂସ୍କାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.