କରୋନା ଭାଇରସକୁ ଟ୍ରାକ କରିବାକୁ ଚେଷ୍ଟା ଚଳାଇଛନ୍ତି Facebook ଓ Google କମ୍ପାନୀ

ଟେକ୍ନୋଲୋଜି ଦୁନିଆର ବାଦଶାହ ଭାବେ ଜଣା ଗୁଗୁଲ ଓ ଫେସବୁକ କମ୍ପାନୀ କରୋନା ଭାଇରସକୁ ଟ୍ରାକ କରିବାକୁ ଚେଷ୍ଟା ଚଳାଇଛନ୍ତି । ଏହି ଦୁଇଟି କମ୍ପାନୀ ଆମେରିକା ରାଜଧାନୀ ୱାସିଂଟନରୁ ଯୋଜନା ଟିକୁ ଆରମ୍ଭ କରିବା ସହ ଲୋକଙ୍କ ବ୍ୟକ୍ତିଗତ ସୂଚନା ଆଧାରରେ ହିଁ ଭାଇରସ ସହ ଲଢ଼ିବାକୁ ଚେଷ୍ଟା ଚଳାଇଛନ୍ତି । ଏହି ନୂଆ ପ୍ରୋଜେକ୍ଟ ଜରିଆରେ ଲୋକଙ୍କ ସମ୍ପର୍କିତ ବିଭିନ୍ନ ତଥ୍ୟକୁ ଲୁଚାଯାଇ ବା ଗୁପ୍ତ ରଖାଯାଇ ସ୍ମାର୍ଟ ଫୋନ ଗୁଡିକୁ ଟ୍ରେସ କରାଯିବ ବୋଲି ଜଣା ଯାଇଛି । ଟ୍ରେସ ଜରିଆରେ ଭାଇରସର କାୟା କେଉଁ ପର୍ଯ୍ୟନ୍ତ ବିସ୍ତାର କରିଛି ସେ ବିଷୟରେ ଜଣାଯାଇ ପାରିବ । ଗୁଗୁଲ ପ୍ରବକ୍ତା

corona

ଜନି ଲୁ କହିଛନ୍ତି କି ଲୋକଙ୍କ ପରିଚୟକୁ ଗୁପ୍ତ ରଖାଯାଇ ଲୋକେସନକୁ ଟ୍ରେସ କରାଯାଇ ଏହି ଯୋଜନା ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ।
ଅନ୍ୟ ପକ୍ଷରେ, ଆମେରିକା ଠାରେ ବଢୁଥିବା କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ଏହି ଦୁଇ କମ୍ପାନୀ ତରଫରୁ ଏପରି ନିଷ୍ପତି ନିଆଯାଇଛି । ଏହି କାରଣରୁ ୫୦ ରୁ ଅଧିକ ବୈଜ୍ଞାନିକ, ସରକାରଙ୍କୁ ପତ୍ର ଲେଖି ବିଭିନ୍ନ ଟେକ୍ନିକାଲ କମ୍ପାନୀଙ୍କ ଠାରୁ ସାହାଯ୍ୟ ପାଇଁ ନିବେଦନ କରିବା ସହ ଏହା ଲଢ଼ିବାରେ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି । ବୈଜ୍ଞାନିକ ମାନେ ନିଜ ପତ୍ରରେ ଏହା ମଧ୍ୟ ଲେଖିଛନ୍ତି ଯେ, ଯଦି ବିଭିନ୍ନ ଟେକ୍ନିକାଲ କମ୍ପାନୀ ମାନେ ସହଯୋଗ କରନ୍ତି ତେବେ ଅବସ୍ଥାରେ କିଛିଟା ସୁଧାର ଅଣାଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.