ସରିଲା ନିର୍ବନ୍ଧ, ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାପାଳ

ସରିଲା ନିର୍ବନ୍ଧ। ସମ୍ବଲପୁର ଜିଲ୍ଲାପାଳଙ୍କ ହାତ ଧରିବେ ବଲାଙ୍ଗିର ଜିଲ୍ଲାପାଳ। ବିିବାହ କରିବେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜ଼ିଲ୍ଲାପାଳ ଚଞ୍ଚଳ ରଣା। ରବିବାର ଏହି ଦୁଇ ଆଇଏସଙ୍କ ନିରାଡ଼ମ୍ବର ଭାବେ ନିର୍ବନ୍ଧ ସରିଛି ।

ସମ୍ବଲପୁର(କେନ୍ୟୁଜ୍‌ ): ସରିଲା ନିର୍ବନ୍ଧ। ସମ୍ବଲପୁର ଜିଲ୍ଲାପାଳଙ୍କ ହାତ ଧରିବେ ବଲାଙ୍ଗିର ଜିଲ୍ଲାପାଳ। ବିିବାହ କରିବେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜ଼ିଲ୍ଲାପାଳ ଚଞ୍ଚଳ ରଣା। ରବିବାର ଏହି ଦୁଇ ଆଇଏସଙ୍କ ନିରାଡ଼ମ୍ବର ଭାବେ ନିର୍ବନ୍ଧ ସରିଛି । ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନିର୍ବନ୍ଧ ହୋଇଛି । ଉଭୟ ପକ୍ଷଙ୍କ ଘନିଷ୍ଠ ବନ୍ଧୁ ଓ ପରିବାର ସଦସ୍ୟ ନିର୍ବନ୍ଧ କାର୍ଯ୍ୟରେ ଯୋଗଦେଇଥିଲେ। ହାତଗଣତି କିଛି ପ୍ରଶାସନିକ ଅଧିକାରୀ ମଧ୍ଯ ଯୋଗ ଦେଇଥିଲେ। ତିନି ମାସ ମଧ୍ୟରେ ଏହି ଦୁଇ ଜ଼ିଲ୍ଲାପାଳ ବିବାହ ବନ୍ଧନରେ ଆବଦ୍ଧ ହେବେ ।

ଏଠାରେ ସୂଚନା ଥାଉକି, ଆସାମ ଝିଅ ଅନନ୍ୟା ଦାସ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍. ଅଖତରଙ୍କୁ ବିବାହ କରିଥିଲେ । ତେବେ ମତଭେଦ କାରଣରୁ ଦୁହିଁଙ୍କର ନିକଟରେ ବିବାହ ବିଚ୍ଛେଦ ହୋଇଥିଲା । ସେହିପରି ଓଡ଼ିଶାରେ ପଢ଼ିଥିବା ଚଞ୍ଚଳ ରାଣା ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂହଙ୍କୁ ବିବାହ କରିଥିଲେ । ସେମାନେ ମଧ୍ୟ ନିକଟରେ ସମାନ କାରଣରୁ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ । ତେବେ ରବିବାର ଅତି ଗୋପନୀୟତା ଭାବେ ଚଞ୍ଚଳ ଓ ଅନନ୍ୟାଙ୍କ ନିର୍ବନ୍ଧ ସରିଥିବା ବେଳେ ଖୁବ୍ ଶୀଘ୍ର ସେମାନଙ୍କର ବିବାହ ତାରିଖ ଘୋଷଣା ହୋଇପାରେ ।

 

୨୦୧୩ ବ୍ଯାଚ୍ ଆଇଏଏସ୍ ଅଫିସର୍ ଚଞ୍ଚଳ ରଣା ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାପାଳ ଥିବାବଳେ ୨୦୧୮ ବ୍ଯାଚ୍ ଆଇଏଏସ୍ ଅଫିସର ଅନନ୍ଯା ଦାସ୍ ସମ୍ବଲପୁର ଜିଲ୍ଲାପାଳ ଅଛନ୍ତି। ଓଡିଶାର ଅନୁଗୁଳ ଜିଲ୍ଲା ନିବାସୀ ଚଞ୍ଚଳ ରଣା ଏନଆଇଟି ସିଲଚରରୁ ବିଟେକ୍ ଡିଗ୍ରୀ ହାସଲ କରିବା ପରେ ୟୁପିଏସସିରେ ଟପ୍ପର ହୋଇଥିଲେ। ଶ୍ରୀ ରଣା ପୂର୍ବରୁ କୁଚିଣ୍ଡାର ଉପଜିଲ୍ଲାପାଳ ଦାୟିତ୍ବ ମଧ୍ଯ ତୁଲାଇ ସାରିଛନ୍ତି। ସେହିପରି ଅନନ୍ଯା ଦାସ ବିରଲା ଇନଷ୍ଟିଚ୍ଯୁଟ୍ ଅଫ୍ ଟେକନୋଲୋଜିରୁ ବି.ଟେକ୍ ଡିଗ୍ରୀ ହାସଲ କରିଛନ୍ତି। ଏହା ପୂର୍ବରୁ ସେ କଟକ କମିଶନର ଦାୟିତ୍ବ ମଧ୍ଯ ତୁଲାଇଥିଲେ। ସେ ତାଙ୍କର ପ୍ରଥମ ପ୍ରୟାସରେ ହିଁ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କିତିତ୍ବ ହାସଲ କରିଥିଲେ। ଏହାପରେ ସେ ପୂର୍ବରୁ ଥିବା ସଫ୍ଟଓ୍ୱୟାର କମ୍ପାନୀରୁ ଇସ୍ତଫା ଦେଇଥିଲେ ।

ତେବେ ଉଭୟଙ୍କ ବିବାହ ବେଶ୍ ଧୁମଧାମରେ ହେବା ନେଇ ସୂଚନା ମିଳିଛି । ଏପଟେ ନିର୍ବନ୍ଧ ସମୟରେ ଉଭୟ ଜିଲ୍ଲାପାଳଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଯେଉଁଥିରେ ଅନନ୍ୟା ଏକ ନାଲି ରଙ୍ଗ ଶାଢୀ ପିନ୍ଧିଥିବା ବେଳେ ଚଞ୍ଚଳ ଏକ ଧଳା ରଙ୍ଗର ପଞ୍ଜାବୀ ପିନ୍ଧିଥିବା ନଜର ଆସିଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.