ଭିଜିଲାନ୍ସ ଜାଲରେ ପୁଣି ଏକ ବଡ଼ ମାଛ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଚିଫ୍‌ ଇଞ୍ଜିନିୟରଙ୍କ ଘରେ ରେଡ୍‌

କେନ୍ୟୁଜ୍(ବ୍ୟୁରୋ): ସମ୍ବଲପୁର ଚିଫ୍‌ ଇଲେକ୍ଟ୍ରିକାଲ ଇନସପେକ୍ଟର ସୁନୀଲ ପଣ୍ଡାଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ ପରେ ସମ୍ପତ୍ତି ତାଲିକା ସାମ୍ନାକୁ ଆସିଛି । ଏପର୍ଯ୍ୟନ୍ତ ମୋଟ୍‌ ୩ କୋଟି ୩୯ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ସମ୍ବଲପୁରରେ ଥିବା ଦୁଇଟି ଘରର ମୁଲ୍ୟ ୬୪.୨୧ ଲକ୍ଷ ଟଙ୍କା । ଅଇଁଠାପାଲିରେ ଦୁଇଟି ପ୍ଲଟ, ଭୁବନେଶ୍ୱରରେ ଏକ ଦୋକାନ ଘର ରହିଛି । ଯାହାର ମୂଲ୍ୟ ୧ କୋଟି ୪ ଲକ୍ଷ ୭୧ ହଜ଼ାର ଟଙ୍କା ।

vigilance

ଭୁବନେଶ୍ୱରରେ ୬୧ ଲକ୍ଷ ୬୫ ହଜାର ଟଙ୍କାର ଆଉ ଏକ ପ୍ଲଟ୍‌ ରହିଛି । ୩୨ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍‌, ୧୯ ଲକ୍ଷ ୮୦ ହଜ଼ାର ଟଙ୍କାର ବୀମା, ମ୍ୟୁଚୁଆଲ ଫଣ୍ଡରେ ୧୬ ଲକ୍ଷ ଟଙ୍କା ରହିଛି । ଗୋଟିଏ ୪ ଚକିଆ ଗାଡି, ୧୫ ଲକ୍ଷ ୭୭ ହଜ଼ାର ଟଙ୍କାର ସୁନା ଗହଣା ଥିବା ଭିଜିଲାନ୍ସ ସୂଚନା ଦେଇଛି । ..ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର, ଖୋର୍ଦ୍ଧା ସମେତ ୪ଟି ସ୍ଥାନରେ ଭିଜିଲାନ୍ସର ରେଡ୍‌ କରିଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.