Below header

ଶୀତଳ ଷଷ୍ଠୀକୁ ନେଇ ଚଳଚଞ୍ଚଳ ସମ୍ବଲପୁର ସହର, କାଲି ନନ୍ଦପଡ଼ା ବମବରାଡ ବାଲୁଙ୍କେଶ୍ୱରଙ୍କ ପତରପେଣ୍ଡି

ସମ୍ବଲପୁର (କେନ୍ୟୁଜ୍) : ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର । ଆସନ୍ତାକାଲି ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ପତରପେଣ୍ଡି। ନନ୍ଦପଡ଼ାର ବମବରାଡ ବାଲୁଙ୍କେଶ୍ୱରଙ୍କ ପତରପେଣ୍ଡି ୩ ତାରିଖରେ ଅନୁଷ୍ଠିତ ହେବ। ସେହିପରି ଝାଡୁଆପଡାର ଲୋକନାଥ ବାବା ଏବଂ ମୋଦିପଡ଼ା ଜାଗେଶ୍ୱର ବାବାଙ୍କ ପତରପେଣ୍ଡି ୫ ତାରିଖରେ ହେବ। ଚଳିତବର୍ଷ ସମସ୍ତ ପୂଜା କମିଟି ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ବିଭିନ୍ନ ସାସୃଂତିକ ଦଳଙ୍କୁ ଡାକିଛନ୍ତି। ହାତରେ କମ ସମୟ ଥିବାରୁ ଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ଲାଗି ପଡିଛନ୍ତି ଯାତ୍ରା କମିଟିର କର୍ମକର୍ତ୍ତା। ଯାତ୍ରା ୩ ତାରିଖରୁ ଆରମ୍ଭ ହୋଇ ୯ ତାରିଖ ପର‌୍ୟ୍ୟନ୍ତ ଚାଲିବ।

ଏପଟେ ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ନନ୍ଦପଡାର ବମବରାଡ ବାଲୁଙ୍କେଶ୍ୱର ବାବାଙ୍କ ଶ୍ୱଶୂର ଘର । ଝିଅ ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ଶେଷ । ଏବେ ଅପେକ୍ଷା ଶୁଭ ମୁହୂର୍ତ୍ତକୁ।

ରାତି ପାହିଲେ ନନ୍ଦପଡାର ବମବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ବା ନିର୍ବନ୍ଧ । ଆଉ ପତରପେଣ୍ଡିର ୪ ଦିନ ପରେ ଦେବ ବିବାହ । ଏଥିପାଇଁ ସରିଛି ପ୍ରସ୍ତୁତି । ଝିଅ ପାଇଁ ସୁନା ଗହଣା, ପଲଙ୍କ, ବାସନକୁସନ, ରେଜାଇ ସମେତ ଅନ୍ୟାନ୍ୟ ସାମଗ୍ରୀ କିଣା ସରିଛି । ଜ୍ୱାଇଁଙ୍କ ପାଇଁ ବି ବିଭିନ୍ନ ଗହଣା କିଣିବା ସହ ରୁଦ୍ରାକ୍ଷ ମାଳ ବି ଆସିଛି । ଏବେ ପଡୁଛି ଉଠୁଛି ପାଣ୍ଡେ ପରିବାର । ଏ ବର୍ଷ ମା ପାର୍ବତୀଙ୍କ ମା ଓ ବାପା ଅଛନ୍ତି ସମ୍ବଲପୁର କୁଲୁଥକାନିର ପ୍ରକାଶ ପାଣ୍ଡେ ଓ କାଦମ୍ବିନୀ ଆଚାର‌୍ୟ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.