Below header

କେନିୟାରେ ବାଜିଲା ଓଡ଼ିଆ ଘୁଙ୍ଗୁର, ସମ୍ବଲପୁରୀ ଗୀତରେ ନାଚିଲେ ଓଡିଶାର ଗୃହିଣୀ

କେନିୟାର ରାଜଧାନୀ ନାଇରୋବିରେ ଆୟୋଜିତ ମେରା ଭାରତ ରଙ୍ଗିଲା ପ୍ରୋଗ୍ରାମରେ ଅଂଶଗ୍ରହଣ କରିଛନ୍ତି ଓଡିଶା ନାରୀ । ପ୍ରଥମ ଥର ପାଇଁ ନାଇରୋବିରେ ଓଡିଶାର ଗୃହିଣୀମାନେ ସମ୍ବଲପୁରୀ ଗୀତରେ ନୃତ୍ୟ ପରିବେଷଣ କରିଛନ୍ତି । ଏହି ଡ୍ୟାନ୍ସ ଗୃପରେ ଥିଲେ ୬ ଜଣ । ନାଇରୋବିରେ ଆୟୋଜିତ ମେରା ଭାରତ ରଙ୍ଗିଲା ପ୍ରୋଗ୍ରାମରେ ୧୨ଟି ରାଜ୍ୟ ସେମାନଙ୍କ ନିଜ ନିଜ ଫୋକ୍‌ ଡ୍ୟାନ୍ସ ପ୍ରଦର୍ଶିତ କରିଥିଲେ । ଓଡିଶାରୁ ପ୍ରତିନିଧିତ୍ୱ କରିଥିଲେ ଅଞ୍ଜଳୀ ସାହୁ, ସସ୍ମିତା ପଡିହାରୀ, ଶୁଭ୍ରଶିମା ମହାନ୍ତି, ମମତା ପ୍ରଧାନ, ସଂଘମିତ୍ରା ସାହୁ ଓ ସସ୍ମିତା ପଟ୍ଟନାୟକ । ଏଥିପାଇଁ ଏମାନେ ଗତ ଦୁଇ ମାସ ହେଲା ଅଭ୍ୟାସ କରୁଥିଲେ । ଏହି କାର୍ଯ୍ୟକ୍ରମ ସସ୍ମିତା ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା । ଏଥିରେ ଶୁଭ୍ରାସୀମା ମହାନ୍ତି କୋରିଓଗ୍ରାଫି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.