Below header

ଏସିଆନ ବୋଉଲ୍ସ ସ୍ପୋର୍ଟ ପେଟାନ୍‌କ୍ୟୁ ଚାମ୍ପିଅନସିପ୍‌, ସବୁ ଟାଇଟଲ୍‌ ପୋଛି ନେଲା ଥାଇଲାଣ୍ଡ

ଭୁବନେଶ୍ବର (କେନ୍ଯୁଜ୍) : କିଟ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି ପ୍ରଥମ ଏସିଆନ ବୋଉଲ୍ସ ସ୍ପୋର୍ଟ ପେଟାନ୍‌କ୍ୟୁ ଚାମ୍ପିଅନସିପ୍‌ ରେ ଥାଇଲାଣ୍ଡ ଦଳ ସବୁ ବିଭାଗରେ ଚାମ୍ପିଅନ୍‌ ହୋଇଛି । ଆଜି ଖେଳାଯାଇଥିବା ପୁରୁଷ ସିଙ୍ଗଲସ, ମହିଳାସିଙ୍ଗଲସ ଏବଂ ମିକ୍ସଡ ଡବଲ୍ସରେ କାମ୍ବୋଡ଼ିଆକୁ ହରାଇ ଟାଇଟଲ୍‌ ଜିତିଛି ।
ପୁରୁଷ ସିଙ୍ଗଲ ଫାଇନାଲରେ ଥାଇଲାଣ୍ଡ ଦଳ ୧୩-୮ରେ କାମ୍ବୋଡ଼ିଆକୁ ହରାଇଥିଲା । ସେହିପରି ମହିଳା ସିଙ୍ଗଲ୍ସରେ ସଂଘର୍ଷପୂର୍ଣ୍ଣ ୧୩-୧୧ ଏବଂ ମିକ୍ସଡ ଡବଲ୍‌ସରେ ୧୩୦୧୦ରେ ପରାଜିତ କରିଛି ।
ଗତକାଲି ଉଭୟ ପୁରୁଷ ଓ ମହିଳା ଡବଲ୍ସରେ ଚାମ୍ପିଅନ୍‌ ଥାଇଲାଣ୍ଡ ଦଳ ଚାମ୍ପଅନ୍‌୍‌ ହୋଇଥିଲା । ସବୁ ବର୍ଗରେ ଥାଇଲାଣ୍ଡ ଚାମ୍ପିଅନ୍‌ ହୋଇଥିବା ବେଳେ କାମ୍ବୋଡ଼ିଆ ରନର୍ସ ଅପ୍‌ ହୋଇଛି ।
ପେଟାନ୍‌କ୍ୟୁ ଫେଡେରେସନ ଅଫ ଇଣ୍ଡିଆ ଆନୁକୁଲ୍ୟରେ ଏହି ଚାମ୍ପିଅନସିପ୍‌ର ଆୟୋଜନ କରାଯାଇଛି । ଭାରତ, ମଙ୍ଗୋଲିଆ, କାମ୍ବୋଡିଆ, ଇରାନ, ଦକ୍ଷିଣକୋରିଆ, ମାଲେସିଆ,ଥାଇଲାଣ୍ଡ,ଓ ଚାଇନିଡ ତା୍‌ଇପେ ଆଦି ଦେଶ ଭାଗ ନେଇଥିଲେ ।
ଏହି ଅବସରରେ କିଟ୍‌ ଓ କିସ ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଡ. ଅଚ୍ୟୁତ ସାମନ୍ତ ବିଜେତା ଏବଂ ଉପବିଜେତା ଦଳ ସହ ସମସ୍ତ ଅଂଶଗ୍ରହଣକାରୀ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.