ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ଭବନଠାରେ ଆୟୋଜିତ ୩୯ତମ ସାମ୍ବତ୍ସରିକ ମହୋତ୍ସବ

ଢେଙ୍କାନାଳ(କେନ୍ୟୁଜ୍) : ଲେଖକ ସଂସଦ ଭବନଠାରେ ୩୯ତମ ସାମ୍ବତ୍ସରିକ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କାଦମ୍ବିନୀ ସଂପାଦିକା ଡ. ଇତି ସାମନ୍ତ , ବିଧାୟକ ସରୋଜ ସାମଲ,ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ମଧ୍ୟାହ୍ନ ଭୋଜନର ଅତିରିକ୍ତ ସଚିବ ଗଙ୍ଗାଧର ସାହୁ ପ୍ରମୁଖ ଯୋଗ ଦେଇ ସାହିତ୍ୟରେ ନାରୀ ଚରିତ୍ରର ସ୍ୱର ଶୀର୍ଷକ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ଶତ୍ରୁଘ୍ନ ଭୂତିଆ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଡ. ଇତି ସାମନ୍ତଙ୍କୁ କବି ଚକ୍ରବର୍ତ୍ତୀ ବ୍ରଜନାଥ ବଡଜେନା ସାରସ୍ୱତ ସମ୍ମାନ ଓ ଡା.ଗଙ୍ଗାଧର ସାହୁଙ୍କୁ ଶ୍ରୀଧର ସ୍ୱାମୀ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା। ଶେଷରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.