Below header

ବେଲପାହାଡ଼ ଅଞ୍ଚଳର ପ୍ୟାଡ଼ ଓମ‌୍ଯାନ୍‌ ସଂନ୍ଧ୍ୟା: ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟଙ୍କୁ ଯୋଗାଉଛନ୍ତି ରୋଜଗାର

ଝାରସୁଗୁଡା: ଆତ୍ମନିର୍ଭରଶୀଳ ଭାରତ ଗଢ଼ିବା ତୋଳିବାକୁ ଭୋକାଲ ଫର ଲୋକାଲ କରିବାକୁ ସରକାର କରୁଛନ୍ତି ପ୍ରଚେଷ୍ଟା । ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ର ଜଣେ ମହିଳା ସରକାରଙ୍କ ଏହି ଯୋଜନାକୁ ସଫଳ ରୁପାୟନ କରିବାର ଲାଗିଛନ୍ତି । ବେଲପାହାଡ଼ର ଏହି ପ୍ୟାଡ଼ ଓମ‌୍ଯାନ୍‌ ଅନ୍ୟମାନଙ୍କ ପାଇଁ ଏବେ ଉଦାହରଣ ପାଲଟିଛନ୍ତି । ବେଲପାହାଡ଼ ଗୁମାଡେରା ସଂନ୍ଧ୍ୟା ଲେଙ୍କା, ବିଗତ ଏକ ବର୍ଷ ହେବ ସାନିଟାରୀ ପ୍ୟାଡ଼ ତିଆରି କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ଲୋକଙ୍କୁ ମଧ୍ୟ ରୋଜଗାର ଯୋଗାଉଛନ୍ତି ।

ଗତ ବର୍ଷ କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଓ ନେଚୁରାଲ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ସ୍ୱାଭିମାନ ଶ୍ରୀ ଯୋଜନାରେ ସାମିଲ ହୋଇ ଝାରସୁଗୁଡା ବେଲପାହାଡ ଗୁମାଡେରାର ସଂନ୍ଧ୍ୟା ଲେଙ୍କା ତାଲିମ ନେବାପରେ ପ୍ୟାଡ଼ ତିଆରି କରିବା ଆରମ୍ଭ କରିଛନ୍ତି । ସରକାରଙ୍କ ଯୋଜନା ଅନୁସାରେ ସଂନ୍ଧ୍ୟାଙ୍କୁ ମାତ୍ର ୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ପ୍ୟାଡ଼ ତିଆରି ପାଇଁ ସରକାରଙ୍କ ପକ୍ଷରୁ ଘରେ ଆସି ତାଲିମ ଦିଆଯାଇଥଥିଲା । ପ୍ରଥମେ ପ୍ରଥମେ ପ୍ୟାଡ଼ ତିଆରି କରିବା ସମୟରେ ଅନେକ ଭୁଲ ହେଉଥିଲା । ସେଇଥିପାଇଁ ସେ ଅନେକ କଞ୍ଚାମାଲ ମଧ୍ୟ ନଷ୍ଟ କରିଛନ୍ତି ।

padତେବେ ପ୍ରଥମେ ସେ ଓ ତାଙ୍କ ଘର ଲୋକ ମିଶି ପ୍ୟାଡ଼ ତିଆରି କରୁଥିଲେ । ଘରକାମ ସାରି ଖାଲି ସମୟରେ ପ୍ୟାଡ଼ ତିଆରି କରୁଥିବାବେଳେ ପରେ ସଂନ୍ଧ୍ୟା ବେଲପାହାଡ଼ର ବିିଭିନ୍ନ ଦୋକାନରେ ବିକ୍ରି କରିବା ଆରମ୍ଭ କରିଥିଲେ । ୮ ଖଣ୍ଡ ପ୍ୟାଡ଼ର ଏକ ପ୍ୟାକେଟକୁ ବାଜାରରେ ୨୫ ଟଙ୍କାରେ ବିକ୍ରି କରୁଛନ୍ତି ସଂନ୍ଧ୍ୟା । ପ୍ରଥମେ ଦୈନିକ ୫୦ଟି ପ୍ୟାଡ଼ ତିଆରି କରୁଥିଲେ । କିନ୍ତୁ ଏବେ ଦୁଇ ଶହରୁ ଅଧିକ ପ୍ୟାଡ଼ ତିଆରି କରୁଛନ୍ତି। ବର୍ତ୍ତାମନ ଦୁଇ ଜଣ ଝିଅଙ୍କୁ ସେ ରୋଜଗାର ଦେବାସହ ସ୍ୱାବଲମ୍ବି କରାଇପାରିଛନ୍ତି ।

pad womanଗୋଟିଏ ପଟେ ଲକଡ଼ାଉନ ସମୟରେ ଲୋକେ ବେରୋଜଗାର ହୋଇଯାଇଥିବାବେଳେ କିନ୍ତୁ ସଂନ୍ଧ୍ୟାଙ୍କ ବ୍ୟବସାୟରେ ବିଶେଷ କିଛି ଫରକ ପଡ଼ିନାହିଁ । କରୋନା କାଳରେ ମଧ୍ୟ ସେ ଆର୍ଥିକ ସ୍ୱଚ୍‌ଚ୍ଛଳ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ଦରମା ଦେଇ ପାରିଛନ୍ତି । ପୂର୍ବରୁ ସଂନ୍ଧ୍ୟା ନିଜଘରେ ଏହି ପ୍ୟାଡ଼ ନିର୍ମାଣ କରୁଥିଲେ କିନ୍ତୁ ପ୍ୟାଡ଼ର ଅଧିକ ଚାହିଦା ବଢ଼ିବାରୁ ମାସିକ ୩ ହଜାର ଟଙ୍କାରେ ଘରଭଡ଼ା ନେଇ ଏହି ବ‌୍ଯବସାୟ ଆର‌ମ୍ଭ କରିଛନ୍ତି । ଆଗାମୀ ଦିନରେ ଏକ ବଡ଼ପ୍ଲାଣ୍ଟ କରିବା ସହିତ ବିଭିନ୍ନ ସ୍କୁଲ,କଲେଜ ଓ ଏମିତିକି ଗାଁ ଗାଁରେ ପହଞ୍ଚାଇବାକୁ ଚାହୁଁଥିବା କହିଛନ୍ତି ।

ମହିଳା ମାନେ ସ୍ୱାବଲମ୍ବୀ ହେବା ସହ ପରିବାରକୁ ଆର୍ଥିକ ‌ସ୍ତରରେ ମଜବୁତ୍‌ ମଧ୍ୟ କରିପାରିବେ ଯାହାକୁ ସଠିକ ‌ପ୍ରମାଣିତ କରାଇପାରିଛନ୍ତି ବେଲପାହାଡର ସଂନ୍ଧ୍ୟା । ଯାହା ଅନ୍ୟ ଇଚ୍ଛୁକ ମହିଳା ମାନଙ୍କୁ ବେଶ୍ ପ୍ରେରଣା ଯୋଗାଇବ ନିହାତୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.