ବରଗଡ: ଏବର୍ଷ ଶୁଭିବନି କଂସ ମହାରାଜଙ୍କ ହସ ଆଉ ଡାଇଲଗ୍‌, ବନ୍ଦ ହେଲା ବିଶ୍ବପ୍ରସିଦ୍ଧ ଧନୁଯାତ୍ରା

ବରଗଡ(କେନ୍ୟୁଜ୍): ଏବର୍ଷ ଶୁଭିବନି କଂସ ମାମୁଁର ଅଟ୍ଟହାସ୍ୟ। ପ୍ରକମ୍ପିତ ହେବନି ଗଗନ ପବନ। ଶୂନଶାନ ହୋଇଯିବ ଧନୁଯାତ୍ରା ପେଣ୍ଡାଲ। ପ୍ରଥମ ଥର ପାଇଁ ବିଶ୍ବପ୍ରସିଦ୍ଧ ମୁକ୍ତକାଶ ରଙ୍ଗ ମଞ୍ଚ ‘ଧନୁଯାତ୍ରା’କୁ ବନ୍ଦ କରଯାଇଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଆଜି ବରଗଡ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରା କମିଟ ସହ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବନ୍ଦ ନେଇ ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.