ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସଂଜୟ କୁମାର ସିଂ

କେନ୍ୟୁଜ୍(ବ୍ୟୁରୋ):ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ସଂଜୟ କୁମାର ସିଂ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଅକ୍ଷୟ କୁମାର ପ୍ରଧାନ ଏବଂ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଶ୍ରୀ ସୁଦର୍ଶନ ପରିଡ଼ା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ପ୍ରମୁଖ ସଚିବ ଶ୍ରୀ ସିଂଙ୍କୁ ସ୍ୱାଗତ ଜଣାଇଥିଲେ । ଦାୟିତ୍ୱ ଗ୍ରହଣ ପରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ସଂପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

sanjay singh

ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଜନକଲ୍ୟାଣକାରୀ ଯୋଜନା ବାବଦରେ ଅବଗତ ହେବା ପରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏସବୁର କାର୍ଯ୍ୟାନ୍ୱୟନ ନିମନ୍ତେ ନିଷ୍ଠା ଓ ଦାୟିତ୍ୱର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଯନ୍ତ୍ରୀ ଶ୍ରୀ ପି.କେ. ସାମଲ, ମୁଖ୍ୟ ଯନ୍ତ୍ରୀ (ଯୋଜନା ଓ ରାସ୍ତା) ଶ୍ରୀ ସଂଜୀବ ମହାନ୍ତି, ମୁଖ୍ୟ ଯନ୍ତ୍ରୀ (ବି୍ରଜ୍‌ ଏବଂ କୋଠା) ଶ୍ରୀ ରମେଶ ବେହେରା, ବିତ୍ତ ପରାମର୍ଶଦାତା ସ୍ମିତା ପାଣି, ଅତିରିକ୍ତ ସଚିବ ବବିତା ମହାନ୍ତି, ଉପନିର୍ଦ୍ଦେଶକ ପୁଷ୍ପିତା ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.