ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ହେଲେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି

କେନ୍ୟୁଜ୍(ବ୍ୟୁରୋ):  ଫକୀର ମୋହନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ । ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ହେଲେ ଏଫ.ଏମ ବିଶ୍ୱବିଦ୍ୟାଳୟର କୁଳପତି । କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି ।

ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଚାରି ବର୍ଷ ପାଇଁ ଦାୟିତ୍ୱରେ ରହିବେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର PM ଆଣ୍ଡ IR ବିଭାଗର ପ୍ରଫେସର ଥିଲେ । ପ୍ରଫେସର ସନ୍ତୋଷ କୁମାର ତି୍ରପାଠୀଙ୍କ ଶିକ୍ଷା କ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ଅଛି । ତାଙ୍କର ୧୦ଟି ପୁସ୍ତକ ପ୍ରକାଶିତ ହୋଇଥିବା ବେଳେ ତାଙ୍କ ଅଧିନରେ ୧୭ ଜଣ ପିଏଚଡି ଓ ୪୦ ଜଣ ଏମଫିଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.