ସନ୍ଧ୍ୟାରେ ବନାଇ ଖାଆନ୍ତୁ କର୍ଣ୍ଣ ପାଳଙ୍ଗ ସାଣ୍ଡଓ୍ଵିଚ୍ , ଚା ସହିତ ଆସିଯିବ ମଜା

ଭାରତୀୟ ଘର ଗୁଡିକରେ ଭିନ୍ନ ଭିନ୍ନ ପ୍ରକାରର ସାଣ୍ଡଓ୍ଵିଚ୍ ତିଆରି ହୋଇଥାଏ। ଅନେକ ଥର ତ ପରିବା ବଳକା ରହିଗଲେ ସାଣ୍ଡଓ୍ଵିଚ୍ ପ୍ରସ୍ତୁତ କରିଦିଆଯାଏ। ଏମିତିରେ ଆଜି ଆମେ ଆପଣଙ୍କୁ ଜଣାଇବୁ କେମିତି ପ୍ରସ୍ତୁତ କରିବେ କର୍ଣ୍ଣ ପାଳଙ୍ଗ ସାଣ୍ଡଓ୍ଵିଚ୍।
ଆବଶ୍ୟକ ସାମଗ୍ରୀ
- ୨୦୦ ଗ୍ରାମ ପାଳଙ୍ଗ ପତ୍ର
- ୧/୨ କପ୍ ମକା ଦାନା
- ୧/୨ କପ୍ ଚିଜ୍ (ଗ୍ରେଟ୍ ହୋଇଥିବା)
- ୮ ବ୍ରାଉନ ବ୍ରେଡ୍ ସ୍ଲାଇସ୍
- ଗୋଟିଏ ପିଆଜ
- ୫ଟି ରସୁଣ କୋଲା
- ୨ଟି କଞ୍ଚା ଲଙ୍କା
- ୧/୨ ଛୋଟ ଚାମଚ ଗୋଲମରୀଚ ପାଉଡର
- ୨ ଚାମଚ ତେଲ
- ସ୍ୱାଦାନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ
ମକା ଦାନାକୁ ସିଝାଇ ଦିଅନ୍ତୁ ଏବଂ ପାଳଙ୍ଗ ପତ୍ରକୁ ମଧ୍ୟ ସିଝାଇ ଦିଅନ୍ତୁ। ପିଆଜ,ରସୁଣ ଏବଂ କଞ୍ଚା ଲଙ୍କାକୁ କାଟି ଦିଅନ୍ତୁ। ଏହାପରେ ଏକ ପ୍ୟାନରେ ତେଳ ପକାଇ ଗରମ କରି ସେଥିରେ ପିଆଜ ଏବଂ କଞ୍ଚା ଲଙ୍କାକୁ ହାଲକା ଭାଜି ଦିଅନ୍ତୁ। ଏବେ ସିଝାଇ ରଖିଥିବା ପାଳଙ୍ଗ ଏବଂ ମକା ଦାନାକୁ ପକାନ୍ତୁ ଏବଂ ସବୁ ମସଲା ଏବଂ ଗ୍ରେଟ୍ କରାଯାଇଥିବା ଚିଜକୁ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।
ଏବେ ବ୍ରେଡ୍ ସ୍ଲାଇସର ୪ଟି ସ୍ଲାଇସ୍ ନିଅନ୍ତୁ। ତାହା ଉପରେ ପ୍ରସ୍ତୁତ କରିଥିବା ମିଶ୍ରଣକୁ ଲଗାଇ ଦିଅନ୍ତୁ। ବାକି ୪ଟି ସ୍ଲାଇସକୁ ତାହା ଉପରେ ରଖିଦିଅନ୍ତୁ। ସାଣ୍ଡଓ୍ଵିଚ୍କୁ ଗ୍ରୀଲ କରିଦିଅନ୍ତୁ ତାପରେ ସର୍ଭ କରନ୍ତୁ। ଆପଣ ଏହାକୁ ତାଓ୍ଵା ଉପରେ ବି କମ୍ ଅଏଲ ଦେଇ ସେକି ପାରିବେ।