ପେଗାସସ୍‌ ମାମଲାରେ ରାଜ୍ୟ ସଭାରେ ହଙ୍ଗାମା, ଆଇଟି ମନ୍ତ୍ରୀଙ୍କ ହାତରୁ ପେପର ଛଡାଇ ଚିରିଦେଲେ ଟିଏମ୍‌ସି ଏମ୍‌ପି

ନୂଆଦିଲ୍ଲୀ :  ଗୁରୁବାର ରାଜ୍ୟ ସଭାକୁ ପୁରା ଦିନକ ପାଇଁ ସ୍ଥଗିତ କରିଦିଆଯାଇଛି । ପେଗାସସ୍‌ ମାମଲାକୁ ନେଇ ବିରୋଧି ଦଳ ହଙ୍ଗାମା ସୃଷ୍ଟି କରିଥିଲେ । ଦିନ ୨ଟା ବେଲେ ଗୃହ କାର୍ଯ୍ୟ ଆରମ୍ଭ ହେଲା ବିରୋଧୀ ସଦସ୍ୟମାନେ ଆଇଟି ମନ୍ତ୍ରୀଙ୍କୁ ପେଗାସସ୍‌ ମାମଲାରେ ଉତ୍ତର ରଖିବାକୁ ଦେଇନଥିଲେ । ପେଗାସସ୍‌କୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିବା ବେଳେ ତୃଣମୂଳ କଂଗ୍ରେସର ସାଂସଦ ଶାନ୍ତନୁ ସେନ୍‌ ଆଟ ି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ପେପର ନେଇ ଚିରି ଦେଇଥିଲେ ।

ପେଗାସସ୍‌ ମାମଲାକୁ ନେଇ ଗୃହରେ ଯେତେବେଳେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉତ୍ତର ଦେବାକୁ ଆରମ୍ଭ କଲେ ତୃଣମୂଳ ସାଂସଦ ଶାନ୍ତନୁ ସେନ ମନ୍ତ୍ରୀଙ୍କ ହାତରୁ ରିପୋର୍ଟ ଛଡାଇ ନେଇ ଚିରି ଦେଇଥିଲେ । ଫଳରେ ମନ୍ତ୍ରୀ ନିଜର ବୟାନ ପୁରା କରି ପାରିନଥିଲେ । ଗୃହରେ ଅଧିକ ଗଣ୍ଡଗୋଳ ହେବାରୁ ଗୃହକୁ ସ୍ଥଗିତ କରିଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.