Below header

କଟକ: ଆଦର୍ଶ ଗ୍ରାମ କଲରାବାଙ୍କରେ ବେଶ ଧୁମଧାମରେ ପାଳିତ ହେଲା ମାଆ ସରସ୍ୱତୀଙ୍କ ପୂଜା

କଟକ(କେନ୍ୟୁଜ୍): କଟକ ଜିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କରେ ବେଶ ଧୁମଧାମରେ ପାଳିତ ହୋଇଛି ମାଆ ସରସ୍ୱତୀଙ୍କ ପୂଜା । ଗ୍ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ବାଗଦେବୀଙ୍କ ପୂଜାର୍ଚ୍ଚନା । ଏଠାରେ ଗ୍ରାମ କମିଟି ସଭାପତି ଅଞ୍ଜନ କୁମାର ସାମନ୍ତ, ନିଳିମାରାଣୀ ଚାରି ଟେବୁଲ୍‌ ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଗାଚରଣ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି କଳିଙ୍ଗ ଇଂରାଜୀ ମିଡିୟମ୍‌ ସ୍କୁଲରେ ବି ବୀଣାପାଣିଙ୍କ ପୂଜା କରାଯାଇଛି । ପୁଷ୍ପାଞ୍ଜଳି ପରେ ସମସ୍ତେ ପ୍ରସାଦ ସେବନ କରିଥିଲେ । ସେହିପରି କଲରାବାଙ୍କ ଉଚ୍ଚ ବିଦ୍ୟାଳୟ ପରିସରରେ ବି ପାଳିତ ହୋଇଛି ସରସ୍ୱତୀ ପୂଜା । ଏଠାରେ ହଜାରେରୁ ଅଧିକ ପିଲା ମାଆ ସରସ୍ୱତୀଙ୍କ ଆବାହନ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.