ବ୍ରହ୍ମପୁର:ଲୋକଙ୍କ ସୁରକ୍ଷା ପାଇଁ ଅଭିନବ ପ୍ରୟାସ, ଦୁର୍ଘଟଣା ନହେବା ପାଇଁ ଜାତୀୟ ରାଜପଥରେ ପୂଜାର୍ଚ୍ଚନା

କେନ୍ୟୁଜ୍(ବ୍ୟୁରୋ):ଦୁର୍ଘଟଣା ନହେବା ପାଇଁ ଜାତୀୟ ରାଜପଥରେ ପୂଜାର୍ଚ୍ଚନା। ଆଜି ସରସ୍ୱତୀ ପୂଜା ଅବସରରେ ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଗ୍ରାମବାସୀମାନେ ପୂଜାର୍ଚ୍ଚନା କରିଛନ୍ତି। ଦୁର୍ଘଟଣା ନହେବା ଓ ଲୋକଙ୍କ ସୁରକ୍ଷା ପାଇଁ ଜାତୀୟ ରାଜପଥରେ ନିଆରା ଢଙ୍ଗରେ ପୂଜାର୍ଚ୍ଚନା କରିବା ସହ ନିଜର ଦାବିକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ବ୍ରହ୍ମପୁର ସହରରୁ ୫ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ହଳଦିଆପଦର ଓଭରବ୍ରିଜ୍‌ ଛକ ନିକଟରେ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣାମାନ ହେଉଥିବା ଦେଖିବାକୁ ମିଳିଥିଲା। ଫ୍ଲାଏ ଓଭରଟି ୨୦୧୪ ମସିହାରୁ ନିର୍ମାଣ ହୋଇଥିବା ବେଳେ, ସେବେଠାରୁ ଅନେକ ଦୁର୍ଘଟଣାରେ ବହୁ ଲୋକଙ୍କ ଜୀବନ ଯାଇଛି ଓ ଅନେକ ଆହତ ହୋଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.