Below header

ଢେଙ୍କାନାଳ: ପୁଣି ସଙ୍କଟରେ ଗଜରାଜ, ଟ୍ରକ୍‌ ଧକ୍କାରେ ଚାଲିଗଲା ହାତୀର ଜୀବନ

କେନ୍ୟୁଜ୍(ବ୍ୟୁରୋ): ପୁଣି ସଙ୍କଟରେ ଗଜରାଜ । ଟ୍ରକ୍‌ ଧକ୍କାରେ ହାତୀର ଗଲା ଜୀବନ । ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଜୀବନଖୋଲ ନିକଟରେ ଦନ୍ତା ହାତୀର ମୃତ୍ୟୁ ହୋଇଛି । ହାତୀ ପଲ ରାସ୍ତା ପାର ହେଉଥିବା ସମୟରେ ଟ୍ରକଟି ଧକ୍କା ଦେଇଥିବା ସନ୍ଦେହ କରାଯାଉଛି । ଆଜି ଭୋର ସମୟରେ ଦୁର୍ଘଟଣା ଘଟିଥିଲା। ଛୁଆ ହାତୀଟି ଟ୍ରକ ଚକା ତଳେ ଚାପି ହୋଇ ଯାଇଥିଲା । ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍‌ ମାଧ୍ୟମରେ ଟ୍ରକକୁ ହଟାଇ ହାତୀର ବ୍ୟବଛେଦ କରାଇଛନ୍ତି। ଦୁର୍ଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.