Below header

ଆମରଣ ଅନଶନରେ ସରପଞ୍ଚ ଓ ୱାର୍ଡ ସଭ୍ୟ, ପଂଚାୟତର ବିଭିନ୍ନ ସମସ୍ୟାର ସମାଧାନ ଦାବି

ଯାଜପୁର (କେନ୍ୟୁଜ): ଆମରଣ ଅନଶନରେ ସରପଞ୍ଚ ଓ ୱାର୍ଡ ସଭ୍ୟ । ପଂଚାୟତର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବ୍ଲକ ସମ୍ମୁଖରେ ଅନଶନରେ ବସିଛନ୍ତି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ପଂଚାୟତର ସରପଞ୍ଚଙ୍କ ସହିତ ଗ୍ରାମବାସୀ ମଧ୍ୟ ଅନଶନରେ ସାମିଲ ହୋଇଛନ୍ତି ।

ପଂଚାୟତରେ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା,ପ୍ରଧାନମନ୍ତ୍ରୀ ଆବାସ ଯୋଗାଇଦେବା ଏବଂ ବିଶେଷକରି ପାନୀୟ ଜଳ ଯୋଗାଇଦେବା ଦାବି କରି ଏହି ଅନଶନ ହୋଇଛି ।  ପଂଚାୟତକୁ ଦିଆଯାଇଥିବା ପାନୀୟଜଳ ପ୍ରକଳ୍ପ ୧୪ ବର୍ଷ ପରେ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ସବୁ ଗାଁ ରେ ବିଶୁଦ୍ଧ ପାନୀୟ ଜଳ ପହଂଚିପାରି ନାହିଁ । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.