ଅତ୍ୟଧିକ ହିଟୱେଭ କାରଣରୁ ମହାରାଷ୍ଟ୍ରରେ ୨୫ ଜଣଙ୍କ ମୃତ୍ୟୁ, ୩୭୪ଟି ନୂଆ ମାମଲା ରେକର୍ଡ଼

ଦେଶର ଅନେକ ରାଜ୍ୟରେ ହିଟ ଷ୍ଟ୍ରୋକ କାରଣରୁ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ମହାରାଷ୍ଟ୍ରରେ ଏଯାବତ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଆସିଛି । ଏମାନଙ୍କ ମଧ୍ୟରୁ ବିଦର୍ଭ ଅଂଚଳରୁ ୧୫ ଜଣ ଥିବାବେଳେ ମରାଠାୱାଡାରୁ ୬
ଜଣ ଓ ଉତ୍ତର ମହାରାଷ୍ଟ୍ର ଜଲଗାଓଁ ଅଞ୍ଚଳରୁ ୪ଟି କେଶ ଥିବା ରେକର୍ଡ ହୋଇଛି । ଯେବେକି ୩୭୪ଟି ହିଟଷ୍ଟ୍ରୋକର ନୂଆ ମାମଲା ଦରଜ ହୋଇଛି । ଗତ ୬ ବର୍ଷର ରେକର୍ଡକୁ ଅନୁଧ୍ୟାନ କଲେ ମାର୍ଚ୍ଚ ଓ ଏପ୍ରିଲ ମାସରେ ଏହି ରେକର୍ଡ ସର୍ବାଧିକ ବୋଲି ଜଣାଯାଇଛି । ଅତ୍ୟଧିକ ଗରମ ଓ ଲୁ’ କାରଣରୁ ଓଡିଶା ସରକାର ସ୍କୁଲ ସମୟରେ ମଧ୍ୟ ଶନିବାର ପରିବର୍ତ୍ତନ ଆଣିଛନ୍ତି । ୩ୟ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬ଟା ଠାରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଥିଲା । ହିମାଚଳ ପ୍ରଦେଶରେ ଦୁଇ ଦିନ ହେବ ବର୍ଷା କାରଣରୁ ଗରମରୁ କିଛିଟା ତ୍ରାହି ମିଳିଛି ।

ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ପକ୍ଷରୁ ରବିବାର ସୂଚନା ଜାରିହୋଇଛିଯେ ୱେଷ୍ଟର୍ଣ୍ଣ ଡିଷ୍ଟବାନ୍ସେସ ବା ପଶ୍ଚିମୀ ବିକ୍ଷୋଭ କାରଣରୁ ରବିବାର ଭାରତର ଉତ୍ତର ପଶ୍ଚିମ ଅଂଚଳରେ କଡା ଗରମରୁ ତ୍ରାହି ମିଳିଛି । କିନ୍ତୁ ମଧ୍ୟ ଭାରତ ତଥା ପଶ୍ଚିମ ରାଜସ୍ଥାନ ଅଂଚଳରେ ଏବେ ବି ଭୀଷଣ ଗରମ ପ୍ରବାହ ଜାରି ରହିଛି । ପଶ୍ଚିମି ବିକ୍ଷୋଭ କାରଣରୁ ଦକ୍ଷିଣ ହରିୟାଣା ଓ ପୂର୍ବ ରାଜସ୍ଥାନରେ ସାମାନ୍ୟ ବର୍ଷା ହୋଇଥିଲା । ଯେଉଁ କାରଣରୁ ସେହି ସବୁ ସ୍ଥାନ ମାନଙ୍କରେ ଭୀଷଣ ଗରମରୁ କିଛିଟା ମୁକ୍ତି ମିଳିଛି । ଆଇଏମଡିର ବରିଷ୍ଠ ବୈଜ୍ଞାନିକ ଆର କେ ଜେନାମାଣି ଆସନ୍ତା ୫ ଦିନ ଯାଏଁ ଦେଶର ଅଧିକାଂଶ ଅଂଚଳରେ ଲୁ ଚାଳନା ନେଇ କୌଣସି ପ୍ରକାର ସମ୍ଭାବନା ନାହିଁ ।

ସୂଚନା ଦେବା ଯୋଗ୍ୟକି ଏପ୍ରିଲ ୨୭ତାରିଖରୁ ଦେଶର ବିଭିନ୍ନ ସ୍ଥାନରେ ଅତ୍ୟଧିକ ହିଟୱେଭକୁ ନେଇ ପରିସ୍ଥିତି ଅସମ୍ଭାଳ ଅଛି । ରବିବାର କେତେକ ସ୍ଥାନରେ ତାପମାତ୍ରା ୪୧.୮ ଡିଗ୍ରୀ ଥିବା ନେଇ ମଧ୍ୟ ରେକର୍ଡ ହୋଇଥିଲା । ଆସନ୍ତା ୪୮ ଘଣ୍ଟା ଭିତରେ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ କମିବା ନେଇ ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.