Below header

ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ମାମଲା, କ୍ରାଇମବ୍ରାଞ୍ଚ EOWରେ ହାଜର ହେଲେ ନିହାର ଭୂୟାଁ

କେନ୍ୟୁଜ ବ୍ୟୁରୋ : କ୍ରାଇମବ୍ରାଞ୍ଚ EOWରେ ହାଜର ହେଲେ ନିହାର ଭୂୟାଁ। ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁରେ ହାଜର ହୋଇଛନ୍ତି ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ୍‌ ଲିମିଟେଡ ନିର୍ଦ୍ଦେଶକ ନିହାର ଭୂୟାଁ। ହାଜର ହେବା ପାଇଁ ନିହାର ଭୂୟାଁଙ୍କୁ ପୂର୍ବରୁ ନୋଟିସ୍‌ କରାଯାଇଥିଲା।

ଖୋର୍ଦ୍ଧା ସାରୁଅ ଜମି କେଳେଙ୍କାରୀରେ ଅର୍ଥ କାରବାର ଲିଙ୍କର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ । ପୂର୍ବରୁ ପୂର୍ବତନ ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀ ଓ ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରାଯାଇଥିଲା। ଏହାପରେ ୨ଜଣ ଜାମିନ୍‌ରେ ଆସିଥିଲେ। ସେପଟେ ପୁର୍ବତନ ନିର୍ଦ୍ଦେଶକ ବିଭୁ ପ୍ରସାଦ ରଥଙ୍କ ଆକାଉଣ୍ଟ ବି ଖୋଳତାଡ କରୁଛି ଇଓଡବ୍ଲ୍ୟୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.