Below header

ଏମିତି ବାଇଗଣ ଭର୍ତ୍ତାର ସ୍ୱାଦ କେବେବି ଚାଖିନଥିବେ, ଖାଇବେ ଆଙ୍ଗୁଳି ଚାଟି ରହିବେ

ଭାରତୀୟ ଭୋଜନରେ ଚଟଣୀ ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ। ଆମ ଦେଶରେ ଅନେକ ଚଟଣୀ ବନାଯାଇଥାଏ। ଟମାଟୋ, ଧନିଆ, ଲଙ୍କା, ପୋଦିନା ଚଟଣୀର ନାଁ ଶୁଣିଲେ ତ ମୁହଁରେ ଅଟୋମେଟିକ ପାଣି ଆସିଯାଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ବାଇଗଣ ଚଟଣୀ ବା ବାଇଗଣ ଭର୍ତ୍ତା ଅଧିକାଂଶ ଭାରତୀୟ ପସନ୍ଦ କରିଥାନ୍ତି। ତେବେ ଆପଣ ବାଇଗଣ ଭର୍ତ୍ତା ତ ଖାଇଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ବାଇଗଣ ଭର୍ତ୍ତା ବନାଇବା ସିଖାଇବୁ। ଯାହାର ସ୍ୱାଦକୁ ଆପଣ ଜମା ବି ଭୁଲିପାରିବେନାହିଁ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୫ଟି ଛୋଟ ବାଇଗଣ
  • ୧ ବଡ ଚାମଚ ବାଦାମ
  • ଚିମୁଟାଏ ହେଙ୍ଗୁ
  • ୧/୨ ଛୋଟ ଚାମଚ ଜିରା
  • ୪ କୋଲା ରସୁଣ
  • ୧/୨ ଛୋଟ ଚାମଚ ଅଦା
  • ୨ଟି କଞ୍ଚା ଲଙ୍କା
  • ଏକ ଛୋଟ ଚାମଚ ତେନ୍ତୁଳି ରସ
  • ୧ ଛୋଟ ଚାମଚ ଟମାଟୋ
  • ୨ ଛୋଟ ଚାମଚ ତେଲ
  • ୧/୨ ଛୋଟ ଚାମଚ ଲୁଣ

ପ୍ରସ୍ତୁତି ପ୍ରଣାଳୀ

  1. ବାଇଗଣ ଚଟଣୀ ବନାଇବା ପାଇଁ ସର୍ବପ୍ରଥମେ ବାଇଗଣକୁ ଧୋଇ ଛୋଟ ସାଇଜର କାଟି ଦିଅନ୍ତୁ। ଏହାପରେ ଏହାକୁ ପାଣିରେ ଭିଜାଇ ରଖନ୍ତୁ।
  2. ଏକ ପ୍ୟାନକୁ ଗ୍ୟାସ ଉପରେ ରଖନ୍ତୁ। ଏଥିରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ହେଙ୍ଗୁ, ଜିରା, ଭୃଷଙ୍ଗ ପତ୍ର, ରସୁଣ, ଅଦା, କଞ୍ଚା ଲଙ୍କା, ବାଦାମ ଏବଂ ତେନ୍ତୁଳି ରସ ପକାଇ ଧୀମା ଆଞ୍ଚରେ ଚଲାନ୍ତୁ। ଯେତେବେଳେ ମସଲା ଭଲଭାବେ ହୋଇଯିବ ସେତେବେଳେ ବାଇଗଣ ମିକ୍ସ କରନ୍ତୁ।
  3. ଏବେ ପ୍ୟାନକୁ ଢ଼ାଙ୍କି ବନ୍ଦ କରି ୩ ରୁ ୫ ମିନିଟ୍‌ ଫ୍ରାଏ କରନ୍ତୁ, ଯାହାଦ୍ୱାରା ବାଇଗଣ ଗରମ ହୋଇଯିବ।
  4. ଏହାପରେ ଏଥିରେ ଟମାଟୋ, ଲୁଣ ମିଶାଇ ଫ୍ରାଏ କରନ୍ତୁ। ଯେତେବେଳେ ଟମାଟୋ ଭଲଭାବେ ଫ୍ରାଏ ହୋଇଯିବ ସେତେବେଳେ ଆଞ୍ଚ ବନ୍ଦ କରିଦିଅନ୍ତୁ।
  5. ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ। ଏହାପରେ ଏହାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାକୁ ଆପଣ ଡାଲି, ଚାଉଳ, ପରଟା କିମ୍ବା ଦୋସା ସହିତ ଖାଇ ମଜା ନେଇପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.