ଆପଣଙ୍କ ଆଙ୍ଗୁଠି ଏମିତି ନୁହେଁ ତ! ହାତ ଆଙ୍ଗୁଠି ଆକାରରୁ ଜାଣନ୍ତୁ ବ୍ୟକ୍ତିତ୍ୱ ଓ ଭବିଷ୍ୟତ

ସମସ୍ତଙ୍କ ହାତ ଆଙ୍ଗୁଠିର ଆକାର ଭିନ୍ନ ଭିନ୍ନ ହୋଇଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ କେବଳ ହାତରେଖା ନୁହେଁ ଆଙ୍ଗୁଠିର ଆକାର ଓ ଲମ୍ବା ମଧ୍ୟ ବ୍ୟକ୍ତିଙ୍କ ସ୍ୱଭାବ ଓ ଭବିଷ୍ୟତ ବିଷୟରେ ଅନେକ କଥା କହେ। ତେବେ ଆସନ୍ତୁ ଜାଣିବା କେଉଁ ଭଳି ଆଙ୍ଗୁଠି ଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ କିଭଳି ହୋଇଥାଏ…

thumb

  • ଯେଉଁ ଝିଅଙ୍କ ବୁଢ଼ା ଆଙ୍ଗୁଠି ଛୋଟ ଓ ମୋଟା ହୋଇଥାଏ, ସେମାନଙ୍କୁ ଜୀବନରେ ଅନେକ ସଂଘର୍ଷ କରିବାକୁ ପଡ଼ିଥାଏ। ଏହାକୁ ଅଶୁଭ ମଧ୍ୟ କୁହାଯାଏ।
  • ଯେଉଁ ଝିଅଙ୍କ ଆଙ୍ଗୁଠି ନରମ ହୋଇଥିବାରୁ ପଛକୁ ବୁଲିିଯାଏ, ସେମାନେ ମଉକାର ଫାଇଦା ଉଠାଇବାରେ ଧୁରନ୍ଧର ହୋଇଥାନ୍ତି। ଏମାନେ ପରିସ୍ଥିତି ଅନୁସାରେ ନିଜକୁ ବଦଳାଇଥାନ୍ତି। ଏମାନଙ୍କଠାରେ କେବେ ବି ଅର୍ଥାଭାବ ଦେଖାଦିଏ ନାହିଁ।
  • ଯେଉଁ ଝିଅଙ୍କ ଆଙ୍ଗୁଠି ଟାଣ ସେମାନେ ବୁଦ୍ଧିମାନ ହୋଇଥାନ୍ତି।
  • ଯେଉଁମାନଙ୍କ ଆଙ୍ଗୁଠିର ଉପରଭାଗ ମୋଟା ଓ ତଳକୁ ପତଳା ହୋଇଥାଏ, ସେମାନେ ଚାଲାକ ହେବା ସହ ସବୁବେଳେ ନିଜର ଉନ୍ନତି ଚାହାନ୍ତି। ଏମାନଙ୍କଠାରୁ ଜଗି ରଖି ଚଳିବା ଉଚିତ।
  • ଯେଉଁ ଝିଅଙ୍କ ଆଙ୍ଗୁଠି ଲମ୍ବା ସେମାନେ ପ୍ରଖର ବୁଦ୍ଧିର ଅଧିକାରିଣୀ ହୋଇଥାଆନ୍ତି। ଏମାନଙ୍କ ପାଖରେ ସବୁ ସମସ୍ୟାର ସମାଧାନ ଥାଏ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.