ପଦ୍ମପୁର ଉପନିର୍ବାଚନ ପାଇଁ ସତ୍ୟଭୂଷଣ ସାହୁ କଂଗ୍ରେସ ପ୍ରାର୍ଥୀ, AICCର ଘୋଷଣା

କେନ୍ୟୁଜ୍(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା । ସତ୍ୟଭୂଷଣ ସାହୁଙ୍କ ନାଁରେ ମୋହର ମାରିଛି ଦଳ । ଏନେଇ ବିଧିବଦ୍ଧ ଭାବରେ ତାଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ଗତ ୨୦୧୯ ବିଧାନସଭା ନିର୍ବାଚନରେ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ । ଉପନିର୍ବାଚନରେ ତାଙ୍କ ଉପରେ ପୁଣି ଥରେ ଭରସିଛି ଦଳ ।

ସେହିପରି ଆଜି ବିଜେପି ପ୍ରଦୀପ ପୁରୋହିତଙ୍କୁ ପଦ୍ମପୁର ଉପନିର୍ବାଚନ ନେଇ ପ୍ରାର୍ଥୀ କରିଥିଲା । ୨୦୦୯ରୁ ପଦ୍ମପୁର ଆସନରୁ ପ୍ରାର୍ଥୀ ହୋଇ ଆସୁଛନ୍ତି ପ୍ରଦୀପ ପୁରୋହିତ । ୨୦୧୪ରେ ବିଧାୟକ ହୋଇଥିଲେ । ଅନ୍ୟପଟେ ଦିନେ ଦୁଇ ଦିନ ଭିତରେ ବିଜେଡି ପ୍ରାର୍ଥୀ ଘୋଷଣା କରିପାରେ । ସୁପ୍ରିମୋ ସବୁ ଦିଗକୁ ବିଚାର କରି ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବେ ବୋଲି ଦଳ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.