ଅଭିଭାବକମାନଙ୍କୁ ଆଶ୍ବସ୍ତି, ଘୁଞ୍ଚିଲା ସ୍କୁଲ୍ ଆଡ଼ମିଶନ ତାରିଖ

କେନ୍ୟୁଜ୍(ବ୍ୟୁରୋ): ଅଭିଭାବକମାନଙ୍କୁ ଆଶ୍ବସ୍ତୀ। ବଢିଲା ସ୍କୁଲ୍ ଆଡ଼ମିଶନ ତାରିଖ। ଚିଳିତ ବର୍ଷ କରୋନା ମହାମାରୀ ପାଇଁ ଆଡ଼ମିଶନ ତାରିଖକୁ ଅଗଷ୍ଟ ୧୪ ଯାଏ ଘୁଞ୍ଚାଇଛନ୍ତି  ରାଜ୍ୟ ସରକାର।  ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ଜୁନ୍ ୮ ରୁ ଆଡ଼ମିଶନ ଆରମ୍ଭ କରି ଜୁଲାଇ ୧୫ ଭିତରେ ସାରିବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ଓ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ତେବେ ବର୍ତ୍ତମାନ ସ୍ଥିତିକୁ ଦେଖି ଆଡ଼ମିଶନରୁ ଯେପରି ଛାତ୍ର ଛାତ୍ରୀମାନେ ବାଦ୍ ନପଡ଼ନ୍ତୁ ସେଥିଲାଗି ଗଣ ଶିକ୍ଷା ବିଭାଗ ପକ୍ଷରୁ ଆଡ଼ମିଶନ ଅବଧିକୁ ଅଗଷ୍ଟ ୧୪ ଯାଏ ବଢାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.