ଦିବ୍ୟାଙ୍ଗଙ୍କୁ ମିଳିବ ୧୦୦୦ ଟଙ୍କା, ଘୋଷଣା କଲେ ଏହି ରାଜ୍ୟର ସରକାର

ଭିନ୍ନକ୍ଷମ ମାନଙ୍କୁ ସହାୟତା ଯୋଗାଇବା ନେଇ ଏକ ନୂଆ ପଦକ୍ଷେପ ନେଇଛନ୍ତି ତାମିଲନାଡୁ ସରକାର । ରାଜ୍ୟ ସରକାର ରାଜ୍ୟର ସମସ୍ତ ଡିଷ୍ଟ୍ରିକଟ ୱେଲଫେୟାର ଅଫିସର ବା ଜିଲ୍ଲା ଭିନ୍ନକ୍ଷମ ମଙ୍ଗଳ ଅଧିକାରୀ ମାନଙ୍କୁ ଜିଲ୍ଲାର ପ୍ରତିଟି ଦିବ୍ୟାଙ୍ଗଙ୍କ ନିକଟରେ ଆର୍ଥିକ ସହାୟତା ପହଞ୍ଚାଇବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ମାନଙ୍କ ନିକଟରେ ଜାତୀୟ ଭିନ୍ନକ୍ଷମ ପରିଚୟ ପତ୍ର ବା ସାର୍ଟିଫିକେଟ ଥିବ ସେମାନେ ଯେଉଁଠି ବି ଅବସ୍ଥାନ କରୁଥିଲେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏହି ସୁବିଧା ଗୁଡିକର ଲାଭ ଉଠାଇ ପାରିବେ । ସୂଚନା ଦେବା ଯୋଗ୍ୟକି, କରୋନା କାରଣରୁ ଜାରି ହୋଇଥିବା ଲକ ଡାଉନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅବସ୍ଥାନ କରୁଥିବା ଦିବ୍ୟାଙ୍ଗ ମାନେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ତାମିଲ ନାଡ଼ୁ ସରକାରଙ୍କ ତରଫରୁ ପ୍ରତି ଦିବ୍ୟାଙ୍ଗଙ୍କୁ ୧୦୦୦ ଟଙ୍କା ଲେଖାଏଁ ଯୋଗାଇ ଦେବାକୁ ତାମିଲ ନାଡୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଯେଉଁ ଦିବ୍ୟାଙ୍ଗ ମାନେ ନିଜ ଜିଲ୍ଲାରେ ନରହି ଅନ୍ୟ ଜିଲ୍ଲାରେ ବାସ କରୁଛନ୍ତି

ସେମାନଙ୍କ ପାଇଁ ସରକାରଙ୍କ ଏହି ସୁବିଧା ନେଇ ଆଗକୁ ଏକ ନୂଆ ଗାଇଡ଼ଲାଇନ ଜାରି କରାଯିବ ବୋଲି ସରକାର ଘୋଷଣା କରିଛନ୍ତି । ଏହି ଦାୟିତ୍ୱରେ ଥିବା ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତିକି, ସରକାରଙ୍କ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ରାଜ୍ୟରେ ବସବାସ କରୁଥିବା ଲକ୍ଷାଧିକ ଦିବ୍ୟାଙ୍ଗ ବ୍ୟକ୍ତି ଏହା ଦ୍ୱାରା ନିଶ୍ଚିତ ରୂପେ ଉପକୃତ ହୋଇପାରିବେ । ପ୍ରତିଟି ହିତାଧିକାରୀ କିପରି ଏହାର ଲାଭ ଉଠାଇ ପାରିବେ ସେନେଇ ବିଶେଷ ଧ୍ୟାନ ଦିଆଯାଉଛି । ନିକଟରେ “ଡିଷ୍ଟ୍ରିକଟ ଡିଫରେଣ୍ଟେଲି ଏବଲଡ ୱେଲଫେୟାର ଅଧିକାରୀ” କହିଛନ୍ତିକି, ଯେଉଁ ମାନେ ନିଜ ଜିଲ୍ଲାରୁ ବାହାରେ ଅବସ୍ଥାନ କରୁଛନ୍ତି ଓ ସେମାନଙ୍କ ପାଖରେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଦିବ୍ୟାଙ୍ଗ କାର୍ଡ ମହଜୂତ ଥିବ ସେମାନେ ସମସ୍ତଙ୍କୁ ଏହି ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଆଉ ମଧ୍ୟ ସେମାନେ କିପରି ବିଭିନ୍ନ ଧୋକାଧାରୀର ଶିକାର ନହୁଅନ୍ତି ସେନେଇ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.