ଖଣ୍ଡଗିରିରେ ଓଲଟିଲା ସ୍କୁଲ ଅଟୋ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ଯୁଜ୍) : ଓଲଟିଲା ସ୍କୁଲ ଅଟୋ । ୧୦ ଜଣ ଛାତ୍ରଛାତ୍ରୀ ଆହତ । ଭୁବନେଶ୍ୱର ଖଣ୍ଡଗିରି ଭରତପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସ୍କୁଲ ଅଟୋକୁ ଅନ୍ୟ ଏକ ଅଟୋ ଧକ୍କା ଦେଇଥିଲା । ଫଳରେ ସ୍କୁଲ ଅଟୋଟି ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ, ଅଟୋକୁ ନିଆଁ ଲଗାଇବା ପାଇଁ ଉଦ୍ୟମ କରିଥିଲେ । ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋକୁ ଜବତ କରିଛି ।

 

 

Leave A Reply

Your email address will not be published.