ପାଣିରେ ପଡିଯାଇଛି କି ଫୋନ୍ ? ତେବେ ଭୁଲରେ କରନ୍ତୁ ନାହିଁ ଏହି ୫ ଭୁଲ୍ , ନଚେତ୍ ସବୁଦିନ ପାଇଁ ହୋଇଯିବ ଖରାପ

ଆଜିକାଲି ମାର୍କେଟକୁ ଅନେକ ୱାଟର ପ୍ରୁଫ୍ ଫୋନ୍ ଆସିଗଲାଣି । ପାଣିରେ ପଡିଗଲେ ଏହି ଫୋନର କିଛି ସମସ୍ୟା ହୋଇନଥାଏ । କିନ୍ତୁ ସମସ୍ତେ ଏହି ୱାଟରପ୍ରୁଫ୍ ଫୋନ୍ ବ୍ୟବହାର କରିନଥାନ୍ତି । ତେବେ ଯେଉଁମାନେ ଏହି ଫୋନ୍ ବ୍ୟବହାର କରୁଛନ୍ତି ତ ଠିକ୍ ଅଛି । କିନ୍ତୁ ଯେଉଁମାନେ ବ୍ୟବହାର କରୁନାହାଁନ୍ତି ଜାଣିବା ଉଚିତ୍ ପାଣିରେ ଫୋନ୍ ପଡିଗଲେ କଣ କରିବେ । ଯାହା ଫଳରେ ଫୋନଟି ଖରାପ ହୋଇଯାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ କହିବୁ ଯାହା ଦ୍ବାରା ଫୋନକୁ ଆପଣ ନିଜେ ସଜ କରିପାରିବେ ।

ପ୍ରଥମେ କରନ୍ତୁ ସ୍ବିଚ୍ ଅଫ୍ 

switch offପାଣିରେ ଫୋନ୍ ପଡିଗଲେ ହଠାତ୍ ଲୋକମାନେ ଡରଯାଆନ୍ତି କଣ କରିବେ ବୋଲି । ତେବେ ଯଦି ଆପଣଙ୍କ ଫୋନ୍ ପାଣିରେ ପଡିଯାଉଛି ତେବେ ସାଙ୍ଗେ ସାଙ୍ଗେ ଅଫ୍ କରି ଦିଅନ୍ତୁ । ଏହା ପରେ ଏମିତି ସ୍ଥାନରେ ଫୋନଟି ଶୁଖାନ୍ତୁ ଯେଉଁଠି ଏହା ଭଲ ଭାବରେ ଶୁଖି ପାରିବ । ଭଲ ଭାବରେ ଶୁଖିଯିବା ପରେ ହିଁ ଏହାକୁ ଅନ୍ କରନ୍ତୁ । ଯଦି ଭଲ ଭାବରେ ନଶୁଖାଇ ଅନ୍ କରିବେ ତେବେ ସଟ୍ ସର୍କିଟ୍ ହୋଇ ପୁରା ଖରାପ ହୋଇଯିବ ଫୋନ୍ ।

ଚାଉଳ ଡବାରେ ରଖନ୍ତୁ ଓଦା ଫୋନ୍

wet phoneପାଣିରେ ଫୋନ୍ ପଡିଗଲେ ସାଙ୍ଗେ ସାଙ୍ଗେ ଆଣି ଚାଉଳ ଡବାରେ ରଖନ୍ତୁ । ତେବେ ଧ୍ୟାନ ରଖନ୍ତୁ ଫୋନଟିକୁ ସ୍ବିଚ୍ ଅଫ୍ କରି ଭଲ ଭାବରେ ଚାଉଳ ଭିତରେ ଯେମିତି ରହିବ । ପ୍ରାୟ ଦୁଇ ଦିନ ଚାଉଳ ଭିତରେ ଫୋନକୁ ରଖନ୍ତୁ । ଯାହା ଫଳରେ ଫୋନର ଆଦ୍ରତାକୁ ଚାଉଳ ଭଲ ଭାବରେ ଶୁଖାଇଦେବ । ଦୁଇ ଦିନ ପରେ ଅନ୍ କରି ଦେଖିବେ
ଫୋନଟି କାମ କରିବ ।

ଡ୍ରାୟରରେ ଶୁଖାନ୍ତୁ ନାହିଁ ଫୋନ୍ 

mobile in waterଅନେକ ଲୋକ ପାଣିରେ ପଡିଗଲା ପରେ ଫୋନକୁ ଡ୍ରାୟରରେ ଶୁଖାଇଥାନ୍ତି । କିନ୍ତୁ ଏହି ତରିକା ଠିକ୍ ନୁହେଁ । ଡ୍ରାୟରରୁ ବାହାରୁଥିବା ଧୂଆଁ ଫୋନ୍ ଯୋଗୁଁ ଫୋନର ବଡି ଏବଂ ଡିସପ୍ଲେ ଖରାପ ହୋଇପାରେ । ଏହା ସହ ଫୋନର ସର୍କିଟ ତରଳି ଯାଇଥାଏ । ତେଣୁ ଭୁଲରେ ବି ଏପରି ଭୁଲ କରନ୍ତୁ ନାହିଁ ।

ଅନ୍ୟ ଡିଭାଇସ୍ ସହ କନେକ୍ଟ କରନ୍ତୁ ନାହିଁ 

mobile chargeଆମେ ଫୋନରେ ଅନେକ ଡାଟା ଏବଂ ଫଟୋ ଥାଏ । ପାଣିରେ ପଡିଗଲେ କାଳେ ଏସବୁ ନଷ୍ଟ ହୋଇଯିବା ଡରରେ ସାଙ୍ଗେ ସାଙ୍ଗେ ଲାପଟପରେ କନେକ୍ଟ କରି ଡାଟା ଟ୍ରନ୍ସଫର୍ କରିବାକୁ ଚେଷ୍ଟା କରିଥାଉ । କିନ୍ତୁ ସାବଧାନ୍ ଏହି ତରିକା ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ଏହା ଦ୍ବାରା ନା କେବଳ ଆପଣଙ୍କ ଫୋନ୍ ବରଂ ଲାପଟପ୍ ଖରାପ ହୋଇପାରେ ।

ଓଦା ଫୋନକୁ ଚାର୍ଜ କରନ୍ତୁ ନାହିଁ 

ଓଦା ଫୋନକୁ ଆଦୌ ଚାର୍ଜ କରନ୍ତୁ ନାହିଁ । ନଚେତ୍ ସଟ୍ ସର୍କିଟ୍ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.