ସ୍କୁଲକୁ ଯାଇ ଫେରିଲାନି ଛାତ୍ରୀ, ଏତଲା ଦେଲେ ପରିବାର ଲୋକେ

ବିଦ୍ୟାଳୟକୁ ପାଠ ପଢିବାକୁ ଯାଇ ଫେରିଲାନି ଛାତ୍ରୀ । ରାୟଗଡା ଜିଲ୍ଲାର କୋଲନରା ବ୍ଲକର କେଉଟଗୁଡ଼ା ରେଳବାଇ ଷ୍ଟେସନ୍ ନିକଟସ୍ତ ପାତ୍ରପୁଟ ଗ୍ରାମର ବିଜୟ କୌଶଲ୍ୟାଙ୍କ ୧୪ ବର୍ଷର ଝିଅ ବର୍ଷା କୌଶଲ୍ୟା ଗତକାଲି ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଇ ଘରକୁ ଫେରି ନଥିଲେ।

ରାୟଗଡା : ବିଦ୍ୟାଳୟକୁ ପାଠ ପଢିବାକୁ ଯାଇ ଫେରିଲାନି ଛାତ୍ରୀ । ରାୟଗଡା ଜିଲ୍ଲାର କୋଲନରା ବ୍ଲକର କେଉଟଗୁଡ଼ା ରେଳବାଇ ଷ୍ଟେସନ୍ ନିକଟସ୍ତ ପାତ୍ରପୁଟ ଗ୍ରାମର ବିଜୟ କୌଶଲ୍ୟାଙ୍କ ୧୪ ବର୍ଷର ଝିଅ ବର୍ଷା କୌଶଲ୍ୟା ଗତକାଲି ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଇ ଘରକୁ ଫେରି ନଥିଲେ। ପରିବାରବର୍ଗ ବର୍ଷାକୁ ଖୋଜି ଖୋଜି ନୟାନ୍ତ ହୋଇ ପଡିଛନ୍ତି ।

ଛାତ୍ରୀ ବର୍ଷା କୌଶଲ୍ୟା ସ୍କୁଲ ଯିବା ବାଟରେ ତାର ପିନ୍ଧିଥିବା ଚପଲ ପଡିଥିବା ଦେଖିବାକୁ ମିଳିଥିବାରୁ ସନ୍ଦେହ ସୃଷ୍ଟି ହୋଇଛି । ଦୀର୍ଘ ସମୟ ପରେ ଘରକୁ ଫେରି ନଥିବାରୁ ଘର ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା । ଫଳରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ପରେ ମଧ୍ୟ କୌଣସି ସୂଚନା ପାଇ ନଥିବାରୁ ନିକଟସ୍ଥ ଥାନାରେ ତାଙ୍କ ବାପା ବିଜୟ କୌଶଲ୍ୟା ଏତଲା ଦେଇଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ସୂଚନା ନଥିବାରୁ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ଝିଅକୁ ପାଇବେ ଦୟାକରି ଏହି ନମ୍ବର (6372382395 // 9087293972)ରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ପରିବାର ଲୋକେ ।