ଚୀନରେ ଦମ୍ପତିଙ୍କୁ ମିଳିଲା ଫାଶୀ, ନିଜର ଦୁଇ ଶିଶୁଙ୍କୁ ୧୫ ତାଲା ବିଲ୍ଡିଂରୁ ଫିଙ୍ଗି ଦେଇଥିଲେ

ଚୀନରେ ଜଣେ ଦମ୍ପତିଙ୍କୁ ଫାଶୀ ଦଣ୍ଡ ମିଳିଛି । ଚେଙ୍ଗାକିଙ୍ଗ୍‌ରେ ଏକ ଆପାର୍ଟମେଣ୍ଟର ୧୫ ତାଲା ବିଲ୍ଡିଂରୁ ନିଜର ୨ ଶିଶୁଙ୍କୁ ଫିଙ୍ଗିବା ମାମଲାରେ ଅଭିଯୁକ୍ତ ଏବଂ ତାଙ୍କ ପ୍ରେମିକାଙ୍କୁ ଫାଶୀ ଦଣ୍ଡ ଦିଆଯାଇଛି ।

ଚୀନରେ ଜଣେ ଦମ୍ପତିଙ୍କୁ ଫାଶୀ ଦଣ୍ଡ ମିଳିଛି । ଚେଙ୍ଗାକିଙ୍ଗ୍‌ରେ ଏକ ଆପାର୍ଟମେଣ୍ଟର ୧୫ ତାଲା ବିଲ୍ଡିଂରୁ ନିଜର ୨ ଶିଶୁଙ୍କୁ ଫିଙ୍ଗିବା ମାମଲାରେ ଅଭିଯୁକ୍ତ ଏବଂ ତାଙ୍କ ପ୍ରେମିକାଙ୍କୁ ଫାଶୀ ଦଣ୍ଡ ଦିଆଯାଇଛି । ଦେଶର ସର୍ବୋଚ୍ଚ ଅଦାଲତ ନିକଟରେ ଦମ୍ପତିଙ୍କ ପାଇଁ ମୃତ୍ୟୁ ଦଣ୍ଡାଦେଶ ଘୋଷଣା କରିଥିଲେ, ଯାହାପରେ ଦୁଇ ଜଣଙ୍କୁ ଫାଶୀ ଦିଆଯାଇଛି ।

ରିପୋର୍ଟ ମୁତାବକ, ଝାଙ୍ଗ ବୋ ଏବଂ ତାଙ୍କ ପ୍ରେମିକା ୟେ ଚେଙ୍ଗଚେନ ୨୦୨୦ ନଭେମ୍ବର ୨ରେ ଦୁଇ ବର୍ଷର ଝିଅ ଏବଂ ଏକ ବର୍ଷର ପୁଅକୁ ୧୫ ତାଲା ବିଲ୍ଡିଂରୁ ତଳକୁ ଫିଙ୍ଗି ଦେଇଥିଲେ । ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା କି, ଏହି ଦମ୍ପତି ଦୁଇ ଶିଶୁଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ ।

ଦୁହେଁ ସୋସିଆଲ ମିଡିଆ ମାଧ୍ୟମରେ ପରସ୍ପରକୁ ଭେଟିଥିଲେ, ଯାହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ସେମାନେ ରିଲେସନଶିପ୍‌ରେ ରହିଥିଲେ । ତେବେ ଝାଙ୍ଗ ବୋ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ଛାଡ଼ପତ୍ର ହୋଇସାରିଥିଲା । ସେମାନଙ୍କର ଦୁଇ ସନ୍ତାନ ଥିଲେ । କିନ୍ତୁ ପ୍ରେମିକା ଝାଙ୍ଗଙ୍କ ପିଲାମାନଙ୍କ ସହିତ ରହିବେ ନାହିଁ ବୋଲି କହିଥିଲେ ।

ଫଳରେ ୨୦୨୦ ଫେବୃୟାରୀରେ ଦୁହେଁ ମିଶି ଝାଙ୍ଗଙ୍କ ଦୁଇ ଶିଶୁଙ୍କୁ ମାରିବାର ଷଡ଼ଯନ୍ତ୍ର ରଚିଥିଲେ । ସୂଚନାଯୋଗ୍ୟ, ୨୦୨୧ ଜୁଲାଇରେ ମାମଲାର ପ୍ରଥମ ଶୁଣାଣି ସମୟରେ ଶିଶୁ ଦ୍ୱୟଙ୍କର ନିଜ ମା’ ଚେନ ମିଲିନ କୋର୍ଟରେ କ୍ଷତିପୂରଣ ସହ ପୂର୍ବତନ ସ୍ୱାମୀ ଏବଂ ତାଙ୍କ ପ୍ରେମିକାଙ୍କ ପାଇଁ କଠୋର ଦଣ୍ଡ ଦାବି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.