୩ ରୁ ଭୁବନେଶ୍ବର ଜନତା ମଇଦାନରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଫେବ୍ରୁଆରୀ ୩ ତାରିଖରୁ ଭୁବନେଶ୍ବର ଜନତା ମଇଦାନରେ ଏହି ସମ୍ମିଳନୀ ଆରମ୍ଭ ହେବ ।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଫେବ୍ରୁଆରୀ ୩ ତାରିଖରୁ ଭୁବନେଶ୍ବର ଜନତା ମଇଦାନରେ ଏହି ସମ୍ମିଳନୀ ଆରମ୍ଭ ହେବ । ଏଥିରେ ତିନିଦିନ ଧରି ଓଡ଼ିଆ ଭାଷାର ଉନ୍ନତି ପାଇଁ ବିଭିନ୍ନ ପର୍ଯ୍ୟାୟ ଭିତ୍ତିକ ଆଲୋଚନା ହେବ । କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଆ ଭାଷାବିତ୍, କବି, ଲେଖକ ଏବଂ ସାହିତ୍ୟକମାନେ ଯୋଗ ଦେବେ ।

ଏହି ବିଶାଳ ଭାଷା ମହାକୁମ୍ଭରେ ୫ଟି ସମ୍ମିଳନୀ କକ୍ଷକୁ ବରପୁତ୍ରଙ୍କ ନାମରେ ନାମିତ କରାଯାଇଛି । ସେହି ସମ୍ମିଳନୀ କକ୍ଷରେ ୧୬ଟି ବିଶେଷ ଆଲୋଚନାଚକ୍ର ରହିଛି। ଏଥିରେ ଅନ୍ତର୍ଜାତୀୟ ଭାଷାବିତ୍, ଶତାଧିକ ଲେଖକ ଓ ସାହିତ୍ୟିକ ଯୋଗଦାନ କରିବେ। ଓଡ଼ିଆ ଭାଷାର ପ୍ରଚାର ପାଇଁ ଏହି ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ଭାଷା ସମ୍ମିଳନୀର ଥିମ୍ ରହିଛି ଭାଷା ହିଁ ଭବିଷ୍ୟତ । ଶାସ୍ତ୍ରୀୟ ଭାଷା ଓଡ଼ିଆକୁ ଅଧିକ ଲୋକପ୍ରିୟ କରିବାକୁ ସମ୍ମିଳନୀରେ ଆଲୋଚନା କରାଯିବ। .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.