ମାର୍ଚ୍ଚ ସୁଦ୍ଧା ସରିଯିବ କୋର୍ସ, ଏପ୍ରିଲ ମାସରୁ ରବିବାର ସ୍କୁଲ୍ ବନ୍ଦ

ଭୁବନେଶ୍ୱର: ଏପ୍ରିଲ ମାସରୁ ରବିବାର ବନ୍ଦ ରହିବ ସ୍କୁଲ୍ । ମାର୍ଚ୍ଚ ସୁଦ୍ଧା ସରିଯିବ କୋର୍ସ । ତେଣୁ ରେଗୁଲାର କ୍ଲାସର ଆବଶ୍ୟକତା ନାହିଁ । ଏପ୍ରିଲରୁ ରିଭିଜନ୍ କ୍ଲାସ ହେବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ମନ୍ତ୍ରୀ କହିଛନ୍ତି, ରିଭିଜନ୍ କ୍ଲାସ ବେଳେ ଆଉ ରବିବାର କ୍ଲାସ ହେବନାହିଁ । ଏବେ ପିଲାଙ୍କ ସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଲାଣି । ପିଲାମାନେ ଏବେ ସେଲ୍ଫ ଷ୍ଟଡି ଉପରେ ଗୁରୁତ୍ୱ ଦେଉଛନ୍ତି ।