ଅଧା ରହିଗଲା ମାନସିକ କେଶଦାନ: ସାକ୍ଷୀଗୋପାଳ ଚଣାଗୋରଡା ବ୍ରିଜ୍ ନିକଟରେ ବୋଲେରୋ ଦୁର୍ଘଟଣାଗସ୍ତ; ୨ ମୃତ, ୧୨ ଆହତ

ପିପିଲି: ଅଧା ରହିଲା ମାନସିକ କେଶଦାନ । ଦୁର୍ଘଟଣାରେ ଚାଲିଗଲା ଜୀବନ । ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥରେ ମର୍ମୁନ୍ତୁଦ ଦୁର୍ଘଟଣା ଘଟିଛି । ସାକ୍ଷୀଗୋପାଳ ଚଣାଗୋରଡା ବ୍ରିଜ୍ରେ ବୋଲେରୋ ପିଟି ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଗୁରୁତର ହୋଇଛନ୍ତି ।
ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ରହିଛନ୍ତ । ମୃତ ଶିଶୁକନ୍ୟାର ଲିପିକାର କେଶଦରାନ କରିବାକୁ ପୁରୀ ଯାଉଥିଲେ ପରିବାର । ମୃତକଙ୍କ ଘର କେନ୍ଦୁଝର ଜିଲ୍ଲା ବେଗୁନିଆପଟଣାର ବୋଲି ଜଣାପଡିଛି। ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।