ସୁନ୍ଦରଗଡ଼: ବହୁଚର୍ଚ୍ଚିତ ବଡ଼ଗାଁ ସୁନା ବେପାରୀଙ୍କୁ ଗୁଳି ମାରି ହତ୍ୟା ଓ ଲୁଟ ଘଟଣାର ପର୍ଦ୍ଦାଫାସ, ୫ଗିରଫ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ବଡ଼ଗାଁ ସୁନା ବେପାରୀଙ୍କୁ ଗୁଳି ମାରି ହତ୍ୟା ଓ ଲୁଟ ଘଟଣାର ପର୍ଦ୍ଦାଫାସ । ଘଟଣାରେ ସଂପୃକ୍ତ ୫ ଜଣଙ୍କୁ ପୋଲିସ ଗିରଫ କରିବା ସହ ୩୦୦ ଗ୍ରାମ ସୁନା, ୨ ଲକ୍ଷ ୭୦ ହଜାର ଟଙ୍କା, ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ । ଝାଡଖଣ୍ଡ ଓ ବିହାରର ବିଭିନ୍ନ ଜିଲ୍ଲାରୁ ଏହି ୫ ଜଣଙ୍କୁ ଗିରଫ କରାଯାଇଛି ।

ବିହାରର ଗୋପାଳଗଞ୍ଜରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଚଳିତ ମାସ ୧ ତାରିଖ ଦିନ ବଡ଼ଗାଁର ସୁନା ବ୍ୟବସାୟୀ ରୋହିତ ବର୍ମା ନିଜ ଦୋକାନ ଖୋଲିବା ସମୟରେ ତାଙ୍କୁ ୩ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଗୁଳି ମାରିବା ସହ ସୁନା ଗହଣା ଥିବା ଏକ ବ୍ୟାଗ ଛଡାଇ ନେଇଥିଲେ । ରୋହିତଙ୍କ ଛାତି ଓ ମୁଣ୍ଡରେ ଗୁଳି ବାଜିବା ଯୋଗୁଁ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଗୁଳି ମାଡ଼ରେ ରୋହିତଙ୍କ ଜଣେ ସାଙ୍ଗ ସରୋଜ ଦାଶ ଆହତ ହୋଇଥିଲେ । ଘଟଣାର ୯ ଦିନ ପରେ ପୋଲିସକୁ ସଫଳତା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.